ମୁମ୍ବାଇ: ନୂଆ ବର୍ଷ ଆରମ୍ଭ ହୋଇସାରିଛି । ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଅନେକ ବଲିଉଡ ସେଲିବ୍ରିଟି ମୁମ୍ବାଇରୁ ବାହାରକୁ ଯାଇଛନ୍ତି । ଏଥିରେ ସାମିଲ ଅଛନ୍ତି ବଲିଉଡ କପଲ ଅର୍ଜୁନ କପୁର ଏବଂ ମଲାଇକା ଆରୋରା ।
ଏହି ସମୟରେ, ମଲାଇକା-ଅର୍ଜୁନ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ପୋଷ୍ଟ କରି ନିଜ ରିଲେସନସିପକୁ ଅଫିସିଆଲ୍ କରିଛନ୍ତି ।
କହିବାକୁ ଗଲେ, ଗତ ସପ୍ତାହରୁ ମଲାଇକା ଏବଂ ଅର୍ଜୁନ ଗୋଆରେ ଛୁଟି ଉପଭୋଗ କରୁଛନ୍ତି । ଯାହାକୁ ନେଇ ମଲାଇକା ଅର୍ଜୁନଙ୍କ ସହ ନୂଆ ବର୍ଷ ଆରମ୍ଭ କରିଥିଲେ । ମଲାଇକା ଅର୍ଜୁନଙ୍କ ସହ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ।