ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପୁଅ ଆରହାନଙ୍କ ଜନ୍ମଦିନ । ୧୯ ବର୍ଷ ବୟସରେ ପାଦ ଥାପିଛନ୍ତି ଆରହାନ । ପୁଅ ଆରହାନଙ୍କ ଜନ୍ମଦିନରେ ଆଜି ତାଙ୍କୁ ମିସ କରୁଛନ୍ତି ମା ମଲାଇକା । ଏନେଇ ଇନଷ୍ଟାଗ୍ରାମରେ ମଲାଇକା ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ମଲାଇକା ଓ ଆରହାନ ନଜର ଆସିଛନ୍ତି । ଆଜି ପରି ଏକ ସ୍ବତନ୍ତ୍ର ଦିନରେ ପୁଅ ନିକଟରେ ନଥିବାରୁ ଫଟୋ ସେୟାର କରି ଭାବପ୍ରବଣ ହୋଇଛନ୍ତି ମଲାଇକା । କ୍ୟାପସନରେ ସେ ପୁଅକୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ମିସ୍ କରୁଥିବା ମଧ୍ୟ ଲେଖିଛନ୍ତି ।
ତାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନଙ୍କ ପୁଅ ଅରହାନ । ଉଚ୍ଚଶିକ୍ଷା ପାଇଁ ସେ ଏବେ ବିଦେଶରେ ରହିଛନ୍ତି । ପୂର୍ବରୁ ଏକ ସାକ୍ଷାତକାରରେ ମଲାଇକା ନିଜ ପୁଅ ସହିତ କିପରି ଲଙ୍ଗ-ଡିଷ୍ଟାନ୍ସ ରିଲେସନସିପ ବଜାୟ ରଖିଛନ୍ତି ସେ ବିଷୟରେ ମତ ରଖିଥିଲେ । ଅରହାନଙ୍କ ମାଉସୀ ଅମୃତା ଅରୋରା ମଧ୍ୟ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।