ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଟ୍ ଇଣ୍ଡିଆ ମୁଭମେଣ୍ଟରେ ଧିରେଧିରେ ବଲିଉଡ ସେଲିବ୍ରିଟି ସାମିଲ ହେବାରେ ଲାଗିଛନ୍ତି । ବି-ଟାଉନର ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଫିଟ୍ ଇଣ୍ଡିଆ ମୁଭମେଣ୍ଟର ମେମ୍ବର ମଧ୍ୟ । ସେହିପରି ଶିଳ୍ପାକୁ ଅନୁସରଣ କରି ଫିଟନେସ ଫ୍ରିକ ବି-ଟାଉନ ଏହି ଅଭିଯାନ ପାଇଁ ‘ମେକ ୟୋର ମୁଭ’ ନେଇ ଆସିଛନ୍ତି, ଯାହା ଏହି ମୁଭମେଣ୍ଟ ପାଇଁ ତାଙ୍କ ସଚ୍ଚୋଟପଣିଆକୁ ସାବ୍ୟସ୍ତ କରୁଛି ।
ଫିଟ ଇଣ୍ଡିଆ ମୁଭମେଣ୍ଟ: ମଲାଇକାଙ୍କ ‘ମେକ ୟୋର ମୁଭ’ ଚ୍ୟାଲେଞ୍ଜ
‘ମେକ ୟୋର ମୁଭ’ ଏକ୍ସରସାଇଜ ଭିଡିଓ ସେୟାର କଲେ ମଲାଇକା ଅରୋରା । ଅର୍ଜୁନ ରାମପାଲଙ୍କ ଚ୍ୟାଲେଞ୍ଜ ଗ୍ରହଣ କରି ଫିଟ୍ ଇଣ୍ଡିଆ ମୁଭମେଣ୍ଟକୁ ସମର୍ଥନ କଲେ ମଲାଇକା।
ଏହି କ୍ରମରେ ଏବେ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ଦେଖିବାକୁ ମିଳୁଛି । ସେ ମଙ୍ଗଳବାର ମେକ ୟୋର ମୁଭ’ ଚ୍ୟାଲେଞ୍ଜ ଆପଣାଇଛନ୍ତି । ଅଭିନେତା ଅର୍ଜୁନ ରାମପାଲଙ୍କ ଚ୍ୟାଲେଞ୍ଜ ଗ୍ରହଣ କରି ‘ମେକ ୟୋର ମୁଭ’ ଏକ୍ସରସାଇଜ କରି ଦର୍ଶକଙ୍କୁ ଦେଖାଇଛନ୍ତି ।
‘ମେକ ୟୋର ମୁଭ’ ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ଆଜି ମୁଁ ମେକ ୟୋର ମୁଭ ଚ୍ୟାଲେଞ୍ଜ ଗ୍ରହଣ କରିଛି । ଯାହା ଫିଟ୍ ଇଣ୍ଡିଆ ମୁଭମେଣ୍ଟର ଏକ ଅଂଶ । ଆଉ ଏହାସହ ମୁଁ ମୋ ବନ୍ଧୁ ତଥା ଅଭିନେତା ଅର୍ଜୁନ କପୁର, ରୋହିତ ସେଟ୍ଟୀ, ହ୍ରିତିକ ରୋଶନ, ଟାଇଗର ଶ୍ରଫ, ଆୟୁଷ୍ମାନ ଖୁରାନା ଓ ରାକୁଲ ପ୍ରୀତଙ୍କୁ ଚ୍ୟାଲେଞ୍ଜ କରୁଛି ଶୋ ୟୋର ମୁଭ’।