ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ସବୁବେଳେ ନିଜ ସେକ୍ସି ଅନ୍ଦାଜ ପାଇଁ ଫ୍ୟାନ୍ସଙ୍କ ମନ କିଣନ୍ତି । ସୋସିଆଲ ମିଡିଆରେ ତାଙ୍କର ଫଟୋ, ଭିଡିଓ ଖୁବ୍ ଭାଇରାଲ ହୁଏ । ଫିଲ୍ମଠୁ ଅଧିକ ନିଜ ଲଭ ଲାଇଫ୍କୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ।
ଦୀର୍ଘ ସମୟରୁ ସେ ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁରଙ୍କୁ ଡେଟ କରିଆସୁଛନ୍ତି ।
ନିକଟରେ, ମଲାଇକା ନିଜର ଏକ ସୁନ୍ଦର ମନୋକ୍ରୋମ ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କୁ 'ହାପି ହୋଲି'ର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
ଫଟୋରେ, ଅଭିନେତ୍ରୀ ଜଣକ ତାଙ୍କ ଟେରିସରେ ଧଳା ଏବଂ କଳା ରଙ୍ଗର ପୋଷାକ ପିନ୍ଧି କାହାର ଫଟୋ କ୍ଲିକ୍ କରୁଥିବାର ଦେଖିବାକୁ ମିଳିଛି । ଏହି ଫଟୋ ଦେଖି କିଛି ୟୁଜର୍ସ ମଲାଇକାଙ୍କୁ ପ୍ରଶଂସା କରୁଛନ୍ତି ତ କେହି କେହି ତାଙ୍କୁ ପରିହାସ କରୁଛନ୍ତି ।
ଫଟୋ ସେୟାର କରି କ୍ୟାପସନରେ ମଲାଇକା ଲେଖିଛନ୍ତି, 'ସମସ୍ତଙ୍କୁ ଆଗରୁ ହୋଲିର ଶୁଭେଚ୍ଛା । ଆପଣ ସମସ୍ତେ ନିରାପଦରେ ରୁହନ୍ତୁ ଏବଂ ଘରେ ରୁହନ୍ତୁ ’ ।
ମଲାଇକା ଏହି ଭିଡିଓ ସେୟାର କରିବା ମାତ୍ରେ ତାଙ୍କ ପ୍ରଶଂସକମାନେ ଏହା ଉପରେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଥିଲେ ।