ମୁମ୍ବାଇ: ଡିସେମ୍ବର 31 ରାତିରେ ପୁରା ବିଶ୍ବ ନୂଆ ବର୍ଷର ସ୍ବାଗତ କରିବାକୁ ପ୍ରସ୍ତୁତ । ଏହାପୂର୍ବରୁ ବଲିଉଡର ଫେମସ ଅଭିନେତ୍ରୀ ମଲାଇକା ଅରୋରା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଲେଣି । ସେ ପୂର୍ବରୁ ହିଁ ନୂଆ ବର୍ଷ ପ୍ଲାନିଂ କରିସାରିଲେଣି । ଆଉ ନୂଆ ବର୍ଷ ସ୍ବାଗତ କରିବା ପାଇଁ ଜୋରୋସୋରରେ ପ୍ରସ୍ତୁତି ଚଳାଇଛନ୍ତି । ଭଉଣୀ ତଥା ଅଭିନେତ୍ରୀ ଅମୃତା ଅରୋରା ଓ କିଛି ବନ୍ଧୁଙ୍କ ସହ ସେ ଗୋଆରେ ଖୁବ୍ ମସ୍ତି କରୁଥିବାର ନଜର ଆସୁଛନ୍ତି ।
ସେଲିବ୍ରେଶନ ମୁଡରେ ଅରୋରା ସିଷ୍ଟର୍ସ - ଅମୃତା ଅରୋରାଙ୍କ ନୂଆ ଫଟୋ
ସୋସିଆଲ ମିଡିଆରେ ଭାଇରାଲ ହେଲା ମଲାଇକା ଅରୋରା ଓ ଅମୃତା ଅରୋରାଙ୍କ ଗୋଆ ଫଟୋ । ପାର୍ଟି ମୁଡରେ ନଜର ଆସିଲେ ଦୁଇ ଭଉଣୀ । ବ୍ଲାକ ଆଉଟଫିଟରେ ଫ୍ୟାନ୍ସଙ୍କୁ କଲେ ଦିୱାନା ।
ଫଟୋ ସୌଜନ୍ୟ:ଇଟିଭି ଭାରତ, ବ୍ୟୁରୋ
ଏହି ଅବସରରେ ମଙ୍ଗଳବାର ଅମୃତା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ସହ ମଲାଇକା ଆଉ ତାଙ୍କର କିଛି ବନ୍ଧୁ ନଜର ଆସୁଛନ୍ତି । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଗୋଆ ଟାଇମ ।’ ବର୍ତ୍ତମାନ ଦୁଇ ଭଉଣୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ପ୍ରକାଶ ଥାଉକି ଦୀର୍ଘ ସମୟରୁ ମଲାଇକା ଓ ଅଭିନେତା ଅର୍ଜୁନ କପୁରଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଶୁଣିବାକୁ ମିଳିଆସୁଛି । ସୋସିଆଲ ମିଡିଆରେ ଏହି ଯୋଡି ପରସ୍ପର ପ୍ରତି ପ୍ରେମ ପ୍ରକାଶ କରୁଥିବାର ନଜର ଆସିସାରିଛନ୍ତି । ହେଲେ ଏଯାବତ ଦୁଇଜଣ ନିଜ ରିଲେସନଶିପର ଅଧିକାରୀକ ଘୋଷଣା କରିନାହାଁନ୍ତି ।