ନୂଆଦିଲ୍ଲୀ: ସେକ୍ସୀ ଅଭିନେତ୍ରୀ ମଲାଇକା ଅରୋରା ଓ ଅଭିନେତା ଅରବାଜ ଖାନ ଗତ ଦୁଇ ବର୍ଷ ପୂର୍ବରୁ ପରସ୍ପରକୁ ଛାଡପତ୍ର ଦେଇ ସାରିଛନ୍ତି ।କିଛି ଦିନ ପୂର୍ବରୁ ମିଡିଆରେ ଏହି ଖବର ଜୋର ଧରିଥିଲା କି ମଲାଇକା ହ୍ୟାଣ୍ଡସମ ଅଭିନେତା ଅର୍ଜୁନ କପୁରଙ୍କ ସହ ଏପ୍ରିଲ 19ରେ ବିବାହ କରିବାକୁ ଯାଉଛନ୍ତି ।
ପତ୍ନୀଙ୍କ ଦ୍ବିତୀୟ ବିବାହ ଉପରେ ପତିଙ୍କ ମଜାଦାର ଜବାବ - arbaaz khan
କିଛି ଦିନ ହେବ ମିଡିଆରେ ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ବିବାହ ଖବର ଜୋର ଧରିଛି । ଯେଉଁ ଖବର ଉପରେ ସାମ୍ନାକୁ ଆସିଛି ମଲାଇକାଙ୍କ ଏକ୍ସ ହଜବ୍ୟାଣ୍ଡ ଅରବାଜ ଖାନଙ୍କ ମଜାଦାର ପ୍ରତିକ୍ରିୟା ।
ଅନ୍ୟପଟେ ଏହି ଖବରର ଘୋଷଣା ଏଯାବତ ମଲାଇକା କିମ୍ବା ଅର୍ଜୁନ କରିନାହାଁନ୍ତି । ବର୍ତ୍ତମାନ ଏହି ଗସିପ କେବେଳ ମିଡିଆରେ ହିଁ ଚାଲିଛି । ଇତିମଧ୍ୟରେ ଏକ ଅନଲାଇନ ଶୋର ପ୍ରମୋଶନରେ ପହଞ୍ଚିଥିବା ଅରଜାବଙ୍କୁ ଜଣେ ସାମ୍ବାଦିକମଲାଇକା ଓ ଅର୍ଜୁନଙ୍କ ବିବାହ ଖବରକୁ ନେଇ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନ ଉପରେ ଅରବାଜଙ୍କ ପ୍ରତିକ୍ରିୟା ଖୁବ୍ ମଜାଦାର ଥିଲା । ଅରବାଜ ପ୍ରଥମେ ତ ପ୍ରଶ୍ନ ଉପରେ ଜୋରରେ ହସିଥିଲେ । ଏହାପରେ ଏମିତି ଅନ୍ଦାଜରେ ଜବାବ ଦେଇଥିଲେ ସେଠାରେ ଉପସ୍ଥିତ ଥିବା ସମସ୍ତେ ହସିଥିଲେ ।
ଅରଜାବ ସେହି ସାମ୍ବାଦିକଙ୍କୁ କହିଥିଲେ କି ଆପଣ ଖୁବ୍ ଇଣ୍ଟେଲିଜେନ୍ସ ପ୍ରଶ୍ନ ପଚାରିଛ। ପୁରା ରାତି ଆପଣ ଏହା ବିଷୟରେ ଭାବିଥିବେ ନିହାତି । ଖାଇବା ଚାଲ, ଲଞ୍ଚ ଟାଇମ ହୋଇଗଲାଣି । ପାଜି ଆପଣଙ୍କ ପ୍ରଶ୍ନ ଉତ୍ତର ଦେବି କିନ୍ତୁ ଆପଣ ପ୍ରଶ୍ନ ପଚାରିବାରେ ଏତେ ଟାଇମ ନେଲେ ତେବେ ଉତ୍ତର କହିବାକୁ ଟାଇମ ନିହାତି ଦରକାର । କାଲି ଆପଣଙ୍କ ପ୍ରଶ୍ନର ଉତ୍ତର ଦେବି ବୋଲି କହିଥିଲେ ଅରବାଜ ।