ମୁମ୍ବାଇ: ଶନିବାର 17 ଅକ୍ଟୋବରରେ ଅଭିନେତା ସଞ୍ଜୟ କପୁର ନିଜର 55 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ବହୁ ପ୍ରଶଂସକଙ୍କ ସହ ତାଙ୍କ ବନ୍ଧୁ ଏବଂ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।
ଏହି ଅବସରରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ମଧ୍ୟ ତାଙ୍କୁ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି ।
ମଲାଇକା ଇନଷ୍ଟାଗ୍ରାମରେ ସଞ୍ଜୟଙ୍କ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଫଟୋର କ୍ୟାପସନରେ ମଲାଇକା ଲେଖିଛନ୍ତି, 'ସବୁଠୁ ଛୋଟ ଏବଂ ହ୍ୟାଣ୍ତସମ ଦେଖାଯାଉଥିବା କପୁରଙ୍କୁ ଜନ୍ମଦିନର ଶୁଭେଚ୍ଛା' ।