ମୁମ୍ବାଇ: ନିକଟରେ ଅନେକ ଯୋଜନା ପରେ 'ହିରୋପନ୍ତି- ୨'ର ନିର୍ମାତାମାନେ ଶେଷରେ ଏହି ଚଳଚ୍ଚିତ୍ରରେ ଅଭିନେତା ଟାଇଗର ଶ୍ରଫଙ୍କ ସହ ଅଭିନେତ୍ରୀ ତାରା ସୂତାରିଆଙ୍କୁ ଫିମେଲ ଲିଡ୍ ବୋଲି ଘୋଷଣା କରିଛନ୍ତି ।
ଏଥିସହିତ, ତାରା ମଧ୍ୟ ନିର୍ମାତାଙ୍କ ଆଗାମୀ ଚଳଚ୍ଚିତ୍ର ତଡପ୍ ର ଏକ ଅଂଶ, ଯେଉଁଥିରେ ସେ ଅହାନ୍ ଶେଟ୍ଟୀଙ୍କ ସହ ନଜର ଆସିବେ ।
ପ୍ରଡକ୍ସନ୍ ହାଉସରୁ ଶୁଣିବାକୁ ମିଳିଛି ଯେ, ସାଜିଦ୍ ସାର୍ ଅହାନଙ୍କ ଡେବ୍ୟୁ ଫିଲ୍ମରେ ତାରାଙ୍କର କିଛି ସିନ୍ ଦେଖିଥିଲେ । ଯାହାପରେ ତାରାଙ୍କ ଚମତ୍କାର ଅଭିନୟ ସାଜିଦଙ୍କ ହୃଦୟ ଜିତିଥିଲା । ତାରା ହିଁ ଯିଏ କି ଟାଇଗରଙ୍କ ସହ 'ହିରୋପନ୍ତି- ୨'ରେ ତାଙ୍କ ଭୂମିକା ପାଇଁ ଏକ ଉପଯୁକ୍ତ ମ୍ୟାଚ୍ ହେବେ ।