ଓଡିଶା

odisha

ETV Bharat / sitara

ରିଲିଜ ହେଲା ‘କବୀର ସିଂ’ର ତିନୋଟି ଡିଲିଟେଡ ସିନ୍ସ

ଏବେ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାରେ ‘କବୀର ସିଂ’ । ଦେଖିବାକୁ ମିଳୁଛି ଶାହିଦଙ୍କ ସେହି ଆଙ୍ଗ୍ରୀମ୍ୟାନ ଅବତାର । ରିଲିଜ ହେଲା ‘କବୀର ସିଂ’ର ତିନୋଟି ଡିଲିଟେଡ ସିନ୍ସ ।

By

Published : Aug 31, 2019, 11:03 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର

ମୁମ୍ବାଇ: ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଚଳିତ ବର୍ଷର ବ୍ଲକବଷ୍ଟର ଫିଲ୍ମ ‘କବୀର ସିଂ’ ଦର୍ଶକଙ୍କର ଖୁବ୍ ପ୍ରଶଂସା ପାଇଥିଲା । ଫିଲ୍ମଟି ବକ୍ସ ଅଫିସରେ ଏବର୍ଷର ସବୁ ରେକର୍ଡ ଭାଙ୍ଗି ଏହ ନୂଆ ରେକର୍ଡ ସୃଷ୍ଟି କରିଥିଲା । ଫିଲ୍ମଟି ଦର୍ଶକଙ୍କୁ ଏତେ ପସନ୍ଦ ଆସିଥିଲା କି ଘରୋଇ ବକ୍ସ ଅଫିସରେ ପାଖାପାଖି 278.20 କୋଟି ଆୟ କରିବାରେ ସଫଳ ହୋଇଥିଲା ।

ଇତିମଧ୍ୟରେ ‘କବୀର ସିଂ’ ମେକର୍ସ ଫିଲ୍ମର ତିନୋଟି ସିନ୍ସ ରିଲିଜ କରିଛନ୍ତି । ଯାହାକୁ ଫିଲ୍ମରୁ ଡିଲିଟ କରିଦିଆ ଯାଇଥିଲା । ଫିଲ୍ମକୁ ଛୋଟ କରିବା ପାଇଁ ଏହି ସିନ୍ସ ଗୁଡିକକୁ ଫିଲ୍ମରୁ କଟା ଯାଇଥିଲା । ଏବେ ଗୋଟିଏ ଗୋଟିଏ କରି ମେକର୍ସ ଏହି ସିନ୍ସକୁ ରିଲିଜ କରିଛନ୍ତି ।

ଫିଲ୍ମ ପରି ଏହି ସିନ୍ସ ଗୁଡିକୁ ୟୁଟ୍ୟୁବରେ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଫିଲ୍ମ ପରି ସିନ୍ସ ମଧ୍ୟ ହିଟ୍ ହେବାକୁ ଯାଉଛି । ସନ୍ଦୀପ ରେଡ୍ଡୀଙ୍କ ନିର୍ଦ୍ଦେଶିତ ‘କବୀର ସିଂର’ ତାଙ୍କ ପୂର୍ବ ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ ଫିଲ୍ମ । କିୟାରା ଓ ଶାହିଦଙ୍କ ରୋମାନ୍ସଙ୍କୁ ଫିଲ୍ମରେ ଖୁବ୍ ପସନ୍ଦ କରାଯାଇଥିଲା ।

ABOUT THE AUTHOR

...view details