ନୂଆଦିଲ୍ଲୀ : ସର୍ବଦା ଚର୍ଚ୍ଚାରେ ଏବଂ ସମସ୍ତଙ୍କ ମନ କିଣିଥାଏ ସୁପରଷ୍ଟାର ସଲମାନ ଖାନଙ୍କ ରିୟାଲିଟି ଶୋ ‘ବିଗବସ’ । ଏବେ ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ରିଆଲିଟି ଶୋ ବିଗବସ୍ ୧୫କୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ସଲମାନ ଏହି ସୋ’ର ହୋଷ୍ଟ ହୋଇଥିବାରୁ ଏହି ଶୋକୁ ଅଧିକ ପସନ୍ଦ କରାଯାଏ ।
ସୂଚନାନୁସାରେ, ‘ବିଗ୍ ବସ୍’ ୧୫ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ ନିର୍ମାତାମାନେ ଏହି ଶୋ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ବର୍ଷ ଶୋରେ ସେଲିବ୍ରିଟିମାନଙ୍କ ସହିତ ସାଧାରଣ ଲୋକ ମଧ୍ୟ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସୂଚନାନୁସାରେ, ଏବେ ନିର୍ମାତା ଚଳିତ ବର୍ଷ ଏହି ଶୋ ପାଇଁ ରିଆ ଚକ୍ରବର୍ତ୍ତୀ ଏବଂ ଅଙ୍କିତା ଲୋଖଣ୍ଡେଙ୍କୁ ଭାଗ ନେବା ପାଇଁ ଆପ୍ରୋଚ୍ କରିଛନ୍ତି ।