ହାଇଦ୍ରାବାଦ: ଲକଡାଉନ ସମୟରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ ତାଙ୍କ ପରିବାର ସହ ସମୟ ବିତାଉଛନ୍ତି । ଏହି ସମୟରେ ମହେଶ ବାବୁ ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ମହେଶ ବାବୁ ତାଙ୍କ ଝିଅ ସହିତ ନଜର ଆସିଛନ୍ତି ।
ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କ ସ୍ୱାମୀ ମହେଶବାବୁ ତାଙ୍କ ଝିଅ ସୀତାରାଙ୍କ ସହ ଇନଷ୍ଟାଗ୍ରାମରେ କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ମହେଶବାବୁ ତାଙ୍କ ଝିଅକୁ ଘରର ପାହାଚରେ ଅଟକାଇ କିଛି ପଚାରୁଥିବାର ନଜର ଆସିଛନ୍ତି ।