ମୁମ୍ବାଇ: ଆଜି ମହା ଶିବରାତ୍ରୀ ଶୁଭ ଅବସରରେ ପ୍ରତ୍ୟେକ ସ୍ଥାନରେ ମହାଦେବଙ୍କ ନାମ ଶୁଣିବାକୁ ମିଳୁଛି। ଭକ୍ତମାନେ ଶିବଙ୍କ ପୂଜାରେ ବୁଡି ରହିଛନ୍ତି। ଭୋଳାନାଥଙ୍କୁ ଦେଖିବା ପାଇଁ ମନ୍ଦିରରେ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ସେପଟେ ହିନ୍ଦୀ ସିନେମାରେ ମଧ୍ୟ ଶିବଙ୍କ ପ୍ରତି ଭକ୍ତି ଦେଖିବାକୁ ମିଳିଆସୁଛି । ଚଳଚ୍ଚିତ୍ରରେ ଶିବଙ୍କ ଉପରେ ଆଧାରିତ ଗୀତ ବେଶ୍ ଲୋକପ୍ରିୟ ମଧ୍ୟ ହୋଇଛି । ଏହି ଅବସରରେ ଆସନ୍ତୁ ନଜର ପକାଇବା କିଛି ଲୋକପ୍ରିୟ ଗୀତ ଉପରେ...
ବଲିଉଡର ପ୍ରଥମ ସୁପରଷ୍ଟାର ରାଜେଶ ଖାନାଙ୍କ ଫିଲ୍ମ ‘ଆପ କି କସମ୍’ର ଚର୍ଚ୍ଚିତ ଗୀତ ‘ଜୟ ଜୟ ଶିବ ଶଙ୍କର’ ଆଜି ମଧ୍ୟ ଦର୍ଶକଙ୍କ ଓଠରେ । ସବୁ ବର୍ଷ ହୋଲିରେ ଏହି ଗୀତ ବେଶ୍ ଶୁଣିବାକୁ ମିଳେ । ରାଜେଶଙ୍କ ସହ ଏହି ଫିଲ୍ମରେ ଅଭିନୟ କରିଥିଲେ ସୁନ୍ଦରୀ ଅଭିନେତ୍ରୀ ମୁମତାଜ୍ ।
ସାଉଥ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳି’ର ଫେମସ ଗୀତ ‘କୌନ ହେଁ ବୋ’ ମଧ୍ୟ ଶିବଙ୍କ ଉପରେ ଆଧାରିତ । ଫିଲ୍ମରେ ପ୍ରଭାସ ଶିବ ଲିଙ୍ଗ କାନ୍ଧରେ ଧରି ନାଚୁଥିବାର ନଜର ଆସିଥିଲେ ।