ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଚାଲିଛି । ଏହି ସମୟରେ ମହାରାଷ୍ଟ୍ର ସରକାର ମଧ୍ୟ ସୁପ୍ରିମକୋର୍ଟରେ ଉତ୍ତର ଦାଖଲ କରିଛନ୍ତି । ସିବିଆଇ ତଦନ୍ତକୁ ମହାରାଷ୍ଟ୍ର ସରକାର ବିରୋଧ କରିଛନ୍ତି । ମହାରାଷ୍ଟ୍ର ସରକାର ତଦନ୍ତର ଅଗ୍ରଗତି ରିପୋର୍ଟକୁ ସର୍ବୋଚ୍ଚ ନ୍ୟାୟାଳୟରେ ସିଲ୍ ବନ୍ଦ ଚିଠିରେ ଦାଖଲ କରିଛନ୍ତି ।
ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଉତ୍ତରରେ ମହାରାଷ୍ଟ୍ର ସରକାର ବିହାର ଉପରେ ଅନେକ ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ର ସରକାର କହିଛନ୍ତି ଯେ ବିହାର ସରକାର ଏ ପ୍ରସଙ୍ଗରେ ନିୟମ ବିରୁଦ୍ଧରେ କାର୍ଯ୍ୟ କରିଛନ୍ତି । ବିହାର ସରକାର କେବଳ ଜିରୋ ଅଭିଯୋଗ ରେଜିଷ୍ଟ୍ରର କରିବାର ଅଧିକାର ପାଇଥିଲେ । ସେମାନେ ଏକ ଅଭିଯୋଗ ଦାଖଲ କରି ଆମକୁ ପଠାଇଥାନ୍ତେ ।