ଓଡିଶା

odisha

ETV Bharat / sitara

ଐଶଙ୍କ ମିମି ସେୟାର କରି ବିବାଦରେ ବିବେକ

ଐଶ୍ଚର୍ଯ୍ୟାଙ୍କ ମିମି ସେୟାର କରି ବିବାଦରେ ଅଭିନେତା ବିବେକ ଓବରାୟ । ବିବେକଙ୍କୁ ମିଳିଲା ମହାରାଷ୍ଟ୍ର ମହିଳା ଆୟୋଗରୁ ଲିଗାଲ ନୋଟିସ୍ ।

By

Published : May 20, 2019, 9:46 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବିବେକ ଓବରାୟ

ନୂଆଦିଲ୍ଲୀ: ଅଭିନେତା ବିବେକ ଓବରାୟ ଦୀର୍ଘ ସମୟରୁ ବାୟୋପିକ 'ପିଏମ ନରେନ୍ଦ୍ର ମୋଦି'କୁ ନେଇ ଚର୍ଚ୍ଚାରେ ବାରମ୍ବାର ଆସୁଛନ୍ତି । ଇତିମଧ୍ୟରେ ସେ ଏକଜିଟ୍ ପୋଲର ଫଳାଫଳକୁ ନେଇ ମଧ୍ୟ ଚର୍ଚ୍ଚାରେ ଆସିଛନ୍ତି । ସେ ଟ୍ବିଟର ଆକାଉଣ୍ଟରେ ଏକ ମିମି ସେୟାର କରି ଫଶିଯାଇଛନ୍ତି । ଯାହାର ଚର୍ଚ୍ଚା ଏବେ ସବୁଆଡେ ଚାଲିଛି ।

ବିବେକ ଯେଉଁ ମିମି ତିଆରି କରିଛନ୍ତି, ସେଥିରେ ତାଙ୍କ ବ୍ୟତୀତ ବି-ଟାଉନର ନୀଳ ନୟନା ଐଶ୍ଚର୍ଯ୍ୟା ରାୟ ବଚ୍ଚନ, ସଲମାନ ଖାନ ଓ ଅଭିଷେକ ବଚ୍ଚନ ନଜର ଆସୁଛନ୍ତି । ସେ ଏହି ପୋଷ୍ଟରେ ଐଶଙ୍କୁ ଟାର୍ଗେଟ କରି ନିର୍ବାଚନ ପୋଲ ଫଳାଫଳର ମଜାକ ଉଡାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ବିବେକ ଓବରାୟ

ବିବେକଙ୍କୁ ଏହି ପୋଷ୍ଟ କରିବା ଏତେ ଭାରିପଡିଛି ଯେ ମହାରାଷ୍ଟ୍ର ମହିଳା ଆୟୋଗ ତାଙ୍କ ନାମରେ ଲିଗାଲ ନୋଟିସ ଜାରି କରିଛି ।

ପ୍ରକାଶ ଥାଉକି ସେ ସୋମବାର ଟ୍ବିଟରରେ ମିମି ସେୟାର କରି ଓପନିଂ ପୋଲରେ ଐଶ ଓ ସଲମାନଙ୍କ ଫଟୋ ରଖିଥିବାବେଳେ ଏକଜିଟ୍ ପୋଲରେ ସେ ନିଜ ଫଟୋ ସହ ଐଶଙ୍କ ଫଟୋ ରଖିଛନ୍ତି । ଏହାସହ ସେ ଫଳାଫଳରେ ଅଭିଷେକ ଓ ଐଶ ଫଟୋ ରଖିଛନ୍ତି । ଏହାର କ୍ୟାପସନରେ ଲେଖିଛନ୍ତି, "ଯିଏ ମଧ୍ୟ ଏହାକୁ ତିଆରି କରିଛନ୍ତି ସେ ବହୁତ କ୍ରିଏଟିଭ । ଏହାକୁ ରାଜନୀତି ସହ ସମ୍ପକ୍ତ କରି ଦେଖନ୍ତୁ ନାହିଁ ।

ଏହା ଭାଇରାଲ ହେବା ମାତ୍ରେ ମହାରାଷ୍ଟ୍ର ମହିଳା ଆୟୋଗ ଲିଗାଲ ନୋଟିସ ବିବେକଙ୍କ ପାଖକୁ ପଠାଇଛନ୍ତି । ଏବେ ବିବେକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହୋଇପାରେ ।

ABOUT THE AUTHOR

...view details