ମୁମ୍ବାଇ: କୋଭିଡ -19 ର ଦ୍ବିତୀୟ ଲହରୀକୁ ମୁକାବିଲା କରିବା ପାଇଁ ମହାରାଷ୍ଟ୍ର ସରକାର ବୁଧବାର ଠାରୁ 144 ଧାରା ଲାଗୁ କରିବା ସହିତ ମେ 1 ପର୍ଯ୍ୟନ୍ତ ରାଜ୍ୟରେ କଡା ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁଁ ଅନେକ ବଡ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଛି । ସେପଟେ ଫିଲ୍ମ ଏବଂ ଟେଲିଭିଜନ ନିର୍ମାତା ମହାରାଷ୍ଟ୍ର ବାହାରେ ଥିବା ସ୍ଥାନକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛନ୍ତି । ସର୍ବଶେଷ ପ୍ରତିବନ୍ଧକ ଯାହା ‘ବ୍ରେକ୍ ଚେନ୍’ ଅର୍ଡରର ଏକ ଅଂଶ ବୋଲି ଘୋଷଣା କରିଥିଲେ ଉଦ୍ଧବ ଠାକରେ ।
ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଚଳଚ୍ଚିତ୍ର, ସିରିଏଲ, ବିଜ୍ଞାପନର ସୁଟିଂ ମହାରାଷ୍ଟ୍ରରେ ଏପ୍ରିଲ 14 ରାତି 8 ଟାରୁ ମେ 1 ସକାଳ 7ଟା ପର୍ଯ୍ୟନ୍ତ ସ୍ଥଗିତ ରହିବ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ନିର୍ମାତା ମହାରାଷ୍ଟ୍ର ବାହାରେ ନିଜ ନିଜ ଫିଲ୍ମର ସୁଟିଂ କରିବାକୁ ସ୍ଥିର କରିଛନ୍ତି ।