ଓଡିଶା

odisha

ତାମିଲନାଡୁ ହାଇକୋର୍ଟରୁ ରଜନୀଙ୍କୁ ଆଶ୍ବସ୍ତି

By

Published : Jan 24, 2020, 4:58 PM IST

ରଜନୀକାନ୍ତଙ୍କ ଫ୍ୟାନ୍ସ ପାଇଁ ଗୁଡନ୍ୟୁଡ । ଏବେ ତାଙ୍କୁ ମିଳିଛି ରିହାତି । ନିକଟରେ ନିଜ ବୟାନକୁ ନେଇ ବିବାଦ ଘେରରେ ଆସିଥିଲେ ସେ ।

rajinikanth
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଜନୀକାନ୍ତ ଫ୍ୟାନକ୍ଲବ

ହାଇଦ୍ରାବାଦ: ପେରିୟାରଙ୍କ ବିରୋଧରେ ଟିପ୍ପଣୀକୁ ନେଇ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବିରୋଧରେ ତାମିଲନାଡୁ ହାଇକୋର୍ଟ କେସ ଖଣ୍ଡନ କରିଛନ୍ତି । ହାଇକୋର୍ଟ ଯାଚିକାକର୍ତ୍ତାଙ୍କୁ ପ୍ରଶ୍ନ କରିଥିଲେ ଯେ ମାମଲା ପୂର୍ବରୁ ମାଜିଷ୍ଟ୍ରେଟ କୋର୍ଟରେ ଦାୟର କାହିଁକି କରାଯାଇନଥିଲା । ରଜନୀକାନ୍ତ, ଇଭି ରମାସ୍ବାମୀ ପେରିୟାରଙ୍କ ବିରୋଧରେ ନିକଟରେ ଏକ ବୟାନ ଦେଇ ଚର୍ଚ୍ଚାରେ ଆସିଥିଲେ । ଖାଲି ଏତିକି ନୁହେଁ ବିବାଦ ହେବା ପରେ ରଜନୀ ଏହି ବୟାନ ଉପରେ କ୍ଷମା ମାଗିବାକୁ ମଧ୍ୟ ମନା କରିଦେଇଥିଲେ । ଯାହାକୁ ଆଧାର କରି ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।

ରଜନୀ କହିଥିଲେ ଯେ ପେରିୟାର ହିନ୍ଦୁ ଦେବୀଦେବତାଙ୍କ ବଡ ଆଲୋଚକ ଥିଲେ । ସେ 1971ରେ ଅନ୍ଧବିଶ୍ବାସ ଉନମୁଲ କାର୍ଯ୍ୟକ୍ରମରେ ଭଗବାନ ରାମ ଓ ସୀତାଙ୍କ ଆପତ୍ତିଜନକ ଫଟୋ ଦେଖାଇଥିଲେ । ଏହି ମାମଲାରେ ପେରିୟାରଙ୍କୁ କେହି କିଛି କହିନଥିଲେ । କେବଳ ଚୋ ରାମାସ୍ବାମୀ ତାଙ୍କ ବିରୋଧରେ ଲେଖିଥିଲେ ।

ପ୍ରକାଶ ଥାଉକି ଗତ ସପ୍ତାହରେ ରଜନୀ ତାମିଲ ମାଗାଜିନ ‘ତୁଗଲକ’ର 50ତମ ସମାରୋହରେ ପେରିୟାରଙ୍କ ଉପରେ ଟିପ୍ପଣୀ କରିଥିଲେ । ଚୋ ରାମାସ୍ବାମୀ ଏହି ମାଗାଜିନର ସଂସ୍ଥାପକ ଥିଲେ ।

ରଜନୀ ଆହୁରି କହିଥିଲେ ଯେ ‘ତୁଗଲକ’ ଏମିତି ଏକ ମାଗାଜିନ ଥିଲା । ଯିଏ ଏହି କଥାର ଖୁଲାସା କରିଥିଲା । ଏହି କଥା DMK ସରକାରଙ୍କୁ ପସନ୍ଦ ଆସିନଥିଲା । ସେହି ସମୟରେ ମାଗାଜିନର ସଂସ୍କରଣକୁ ଜବତ କରିଦିଆ ଯାଇଥିଲା । ହେଲେ ଚୋ ଦ୍ବିତୀୟଥର ଛାପିଥିଲେ । 10 ଟଙ୍କାର ମାଗାଜିନ ସେହି ସମୟରେ 60 ଟଙ୍କାରେ ବିକ୍ରି ହୋଇଥିଲା ।

ABOUT THE AUTHOR

...view details