ମଧ୍ୟପ୍ରଦେଶ: ଦୀପିକା ପାଦୁକୋନଙ୍କ ଚର୍ଚ୍ଚିତ ଫିଲ୍ମ ‘ଛପାକ’କୁ ନେଇ ଦେଶର ଜନତା ଦୁଇଭାଗରେ ବାଣ୍ଟି ହୋଇଯାଇଛନ୍ତି । କିଛି ତାଙ୍କର ଫିଲ୍ମକୁ ବିରୋଧ କରି ସୋସିଆଲ ମିଡିଆରେ ‘ବଏକଟ ଛପାକ’ ଟ୍ରେଣ୍ଡ କରାଇଥିବା ବେଳେ ଆଉ କିଛି ଫିଲ୍ମ ଟିକେଟ ସୋସିଆଲ ମିଡିଆରେ ସେୟାର କରି ତାଙ୍କର ସମର୍ଥନ କରୁଥିବା ନଜର ଆସୁଛନ୍ତି। ସେହିପରି କଂଗ୍ରେସ ଶାସିତ କିଛି ରାଜ୍ୟରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି ମଧ୍ୟ କରାଯାଇଛି। ଯେଉଁଥିରେ ମଧ୍ୟପ୍ରଦେଶ ସାମିଲ ଅଛି।
ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଦୀପିକାଙ୍କୁ ମଧ୍ୟପ୍ରଦେଶ ସରକାର ସମ୍ମାନିତ ମଧ୍ୟ କରିବେ। ମଧ୍ୟ ପ୍ରଦେଶ ସରକାରଙ୍କ ଜନସମ୍ପର୍କ ମନ୍ତ୍ରୀ ପିସି ଶର୍ମା ଏନେଇ କହିଛନ୍ତି ଯେ, ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏଥର ଆଇଫା ଆୱାର୍ଡରେ ଦୀପିକାଙ୍କୁ ସମ୍ମାନିତ କରାଯିବ।