ମୁମ୍ବାଇ: ଲକଡାଉନରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନେନେ କହିଛନ୍ତି ଯେ, ଏହି ସମୟରେ ସେ ତାଙ୍କ ସ୍ୱାମୀ ଶ୍ରୀରାମ ନେନେଙ୍କ ହେୟାର ଷ୍ଟ୍ରେଟ କରିଛନ୍ତି ।
ମାଧୁରୀ ସୋସିଆଲ ମିଡିଆରେ ତାଙ୍କ ସ୍ୱାମୀଙ୍କ ସହ ଏକ ସେଲଫି ଫଟୋ ସେୟାର କରିଛନ୍ତି । କ୍ୟାପସନରେ ମାଧୁରୀ କହିଛନ୍ତି ଯେ, ଲକଡାଉନ୍ ସମୟରେ ସେ ତାଙ୍କ ସ୍ୱାମୀଙ୍କ କେଶ ସହିତ ଏକ୍ସପେରିମେଣ୍ଟ କରିଥିଲେ ଯାହା ବହୁତ ମଜାଦାର ଥିଲା ।
ସେଲଫିର କ୍ୟାପସନ୍ ଦେଇ ମାଧୁରୀ ଲେଖିଛନ୍ତି, ସେଲ୍ଫ -କ୍ୱାରେଣ୍ଟାଇନର 100 ତମ ଦିନ । ରାମଙ୍କ କେଶ ସହିତ ଏକ୍ସପେରିମେଣ୍ଟ କରିବାରେ ବହୁତ ମଜା ଲାଗିଥିଲା । ଏହି ଲକଡାଉନ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ।
ନିକଟରେ, ମାଧୁରୀ ତାଙ୍କ ଗୀତ 'କ୍ୟାଣ୍ଡେଲ' ରିଲିଜ୍ କରିଥିଲେ । ଏହା ହେଉଛି ତାଙ୍କର ଡେବ୍ୟୁ ଗୀତ । ଲକଡାଉନ ପରେ ମାଧୁରୀ ଡ୍ୟାନ୍ସ ରିଅଲିଟି ସୋ 'ଡ୍ୟାନ୍ସ ଦିୱାନେ'ର ସୁଟିଂ ଆରମ୍ଭ କରିବେ । ଏହି ସୋରେ ସେ ଜଣେ ଜଜ ଭୂମିକାରେ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ