ଓଡିଶା

odisha

ETV Bharat / sitara

Cancer societyକୁ କେଶ ଦାନକଲେ ମାଧୁରୀଙ୍କ ପୁଅ Ryan, ପ୍ରଶଂସାରେ ପୋତିଲେ ସେଲିବ୍ରିଟି - କର୍କଟ ସମାଜକୁ କେଶ ଦାନ

ଜାତୀୟ କର୍କଟ ସଚେତନତା ଦିବସରେ କର୍କଟ ସୋସାଇଟିକୁ କେଶ ଦାନ କରିଛନ୍ତି ବଲିଉଡ଼ର ଧକ୍‌ ଧକ୍‌ ଗର୍ଲ ମାଧୁରୀଙ୍କ ସାନ ପୁଅ ରାୟନ । ଅଧିକ ପଢନ୍ତୁ...

Cancer societyକୁ କେଶ ଦାନ କଲେ ମାଧୁରୀଙ୍କ ପୁଅ Ryan, ପ୍ରଶଂସାରେ ପୋତିଲେ ସେଲିବ୍ସ
Cancer societyକୁ କେଶ ଦାନ କଲେ ମାଧୁରୀଙ୍କ ପୁଅ Ryan, ପ୍ରଶଂସାରେ ପୋତିଲେ ସେଲିବ୍ସ

By

Published : Nov 9, 2021, 10:13 PM IST

ମୁମ୍ବାଇ: ବଲିଉଡ଼ର ଧକ୍‌ ଧକ୍‌ ଗାର୍ଲଙ୍କ ସାନ ପୁଅ ରାୟନଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଛନ୍ତି ବଲିଉଡ଼ ସେଲିବ୍ରିଟି । କାରଣ ସମାଜ ପାଇଁ ଏପରି କିଛି କରି ନିଜ ପିତାମାତଙ୍କୁ ଗୌରାବନ୍ବିତ କରିଛନ୍ତି ରାୟନ । ଜାତୀୟ କର୍କଟ ସଚେତନତା ଦିବସରେ ଏହି କୁନି ବାଳକ ଜଣକ ନିଜ କେଶ କର୍କଟ ସମାଜକୁ ଦାନ କରିଛନ୍ତି । ରାୟନ ଏକ ସାଲୋନରେ ବସି ନିଜ କେଶ କାଟୁଥିବା ସମୟର ଭିଡ଼ିଓକୁ ମାଧୁରୀ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଥିଲେ । ଏହି କାର୍ଯ୍ୟ ଲାଗି ରାୟନଙ୍କୁ ସେଲିବ୍ରିଟିମାନେ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

ଏହି ଭିଡ଼ିଓ ସେୟାର କରି ମାଧୁରୀ ରାୟନଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିବା ସହିତ ତାଙ୍କୁ 'ହିରୋ' ବୋଲି ସମ୍ବୋଧନ କରିଛନ୍ତି । ଜାତୀୟ କର୍କଟ ଦିବସ ଅବସରରେ ସେ ଏହି ଭିଡ଼ିଓ ସେୟାର କରିବାକୁ ସ୍ଥିର କରିଥିଲେ ବୋଲି କ୍ୟାପସନରେ ଲେଖିଛନ୍ତି । "ରାୟନ କର୍କଟ ରୋଗୀ କେମୋ ଟ୍ରିଟମେଣ୍ଟ ନେବା ପରେ ହରାଉଥିବା କେଶ ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ । ଏହାପରେ ସେ ନିଜ କେଶ ଦାନ କରିବା ପାଇଁ ସ୍ଥିର କରିଥିଲେ । ପିତାମାତା ଭାବରେ ଆମେ ଉତଫୁଲ୍ଲିତ ହୋଇପଡିଥିଲୁ ।" ଏଥିଲାଗି ତାଙ୍କୁ ମୋଟ ୨ ବର୍ଷ ସମୟ ଲାଗିଥିଲା ବୋଲି କହିଛନ୍ତି ମାଧୁରୀ ।

ମାଧୁରୀ ଏହି ଖବରଟି ସୋସିଆଲ ମିଡ଼ିଆରେ ଜଣାଇବା ପରେ ସେଲିବ୍ରିଟିମାନେ ରାୟନଙ୍କୁ ପ୍ରଶଂସା କରିଛନ୍ତି । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କମେଣ୍ଟରେ ଲେଖିଛନ୍ତି ଯେ, " ଅତି ସୁନ୍ଦର ଭାବନା । ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ ।" ଅଭିନେତ୍ରୀ ଜେନେଲିଆ ଦେଶମୁଖ ମଧ୍ୟ କମେଣ୍ଟ କରି ଲେଖିଛନ୍ତି ଯେ, " ଅବିଶ୍ବସନୀୟ । ରାୟନ ତୁମେ ବାସ୍ତବରେ ଭଗବାନଙ୍କ ସନ୍ତାନ । " ଫିଲ୍ମ ନିର୍ଦ୍ଦେଶିକା ଫରାହ ଖାନ ମଧ୍ୟ କମେଣ୍ଟ କରି ଲେଖିଛନ୍ତି ଯେ, "ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୟାଳୁ ।"

ପ୍ରତିବର୍ଷ ନଭେମ୍ବର ୭ ତାରିଖରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଏ । କର୍କଟ ରୋଗର ପ୍ରତିରୋଧ, ଚିହ୍ନଟ ଏବଂ ଚିକିତ୍ସା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସକୁ ପାଳନ କରାଯାଏ । ସେପଟେ ମାଧୁରୀଙ୍କ କ୍ୟାରିଅର ସମ୍ପର୍କରେ ଆଲୋଚନା କଲେ ସେ ଡିଜିଟାଲ ୱାର୍ଲ୍ଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନେଟଫ୍ଲିକ୍ସ ସିରିଜ 'Finding Anamika' ଫାମିଲି ଡ୍ରାମା ମାଧ୍ୟମରେ ସେ କରିବେ ଡେବ୍ୟୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details