ଓଡିଶା

odisha

ETV Bharat / sitara

ଶିଶୁ ଶ୍ରମିକଙ୍କ ବିରୋଧରେ ମାଧୁରୀଙ୍କ ସ୍ୱର - ଶିଶୁ ଶ୍ରମିକଙ୍କ ବିରୁଦ୍ଧରେ ମାଧୁରୀଙ୍କ ସ୍ୱର

ମାଧୁରୀ ଦୀକ୍ଷିତ ନେନେ ଶିଶୁ ଶ୍ରମିକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ମାଧୁରୀ ଟ୍ୱିଟ୍ କରି କହିଛନ୍ତି, "ଅଭାବୀ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାନ୍ତୁ " । ଅଧିକ ପଢନ୍ତୁ...

madhuri dixit on world day against child labour 2020
ଶିଶୁ ଶ୍ରମିକଙ୍କ ବିରୋଧରେ ମାଧୁରୀଙ୍କ ସ୍ୱର

By

Published : Jun 12, 2020, 8:37 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନେନେ ଶିଶୁ ଶ୍ରମିକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ବିଶ୍ୱ ଶିଶୁ ଶ୍ରମ ଦିବସ ଅବସରରେ ଶୁକ୍ରବାର ଦିନ ମାଧୁରୀ ଟ୍ୱିଟରରେ ନିଜର ମତ ପ୍ରକାଶ କରିଛନ୍ତି ।

ମାଧୁରୀ ଟ୍ୱିଟ୍ କରି କହିଛନ୍ତି, "ଶିଶୁ ଶ୍ରମକୁ ନା କୁହନ୍ତୁ" । ବିଦ୍ୟାଳୟ ଏବଂ ଏକ ସ୍ନେହପୂର୍ଣ୍ଣ ଘର ପିଲାମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ । ସେମାନଙ୍କ ଭବିଷ୍ୟତ ଏବଂ ସେମାନଙ୍କୁ ସୁରକ୍ଷା କରିବା ଆମର ଦାୟିତ୍ବ । ଅଭାବୀ ପିଲାମାନଙ୍କୁ ସାହାଯ୍ୟ କରିବା । "ଅଭାବୀ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାନ୍ତୁ " । ଆମର ଏକ ଛୋଟ ପ୍ରୟାସ ସେମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ ।

ନିକଟରେ ମାଧୁରୀ ତାଙ୍କ ଗୀତ 'କ୍ୟାଣ୍ଡେଲ' ରିଲିଜ୍ କରିଥିଲେ । ଏହା ହେଉଛି ତାଙ୍କର ଡେବ୍ୟୁ ଗୀତ । ଲକଡାଉନ୍ ପରେ ମାଧୁରୀ ଡ୍ୟାନ୍ସ ରିଆଲିଟି ସୋ 'ଡ୍ୟାନ୍ସ ଦେୱାନେ'ର ସୁଟିଂ ଆରମ୍ଭ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details