ମୁମ୍ବାଇ: ରାଜକୁମାର ରାଓ ଓ ମୌନୀ ରାଓଙ୍କ ଚର୍ଚ୍ଚିତ କମେଡି ଫିଲ୍ମ ‘ମେଡ ଇନ ଚାଇନା’ ଟ୍ରେଲର ଓ ‘ଓଢଣୀ’ ଗୀତକୁ ଦର୍ଶକଙ୍କ ଖୁବ୍ ବାଃ ବାଃ ମିଳିଥିଲା । ସବୁଥର ପରି ରାଜକୁମାର ଏଥର ମଧ୍ୟ ଏହି ଫିଲ୍ମ ଜରିଆରେ ଦର୍ଶକଙ୍କୁ ହସାଇବାକୁ ପ୍ରସ୍ତୁତ । ଇତିମଧ୍ୟରେ ଦର୍ଶଙ୍କ ଏକ୍ସାଇଟମେଣ୍ଟ ଆହୁରି ଦୁଇଗୁଣ କରିଦେଇଛନ୍ତି ଫିଲ୍ମର ରିଲିଜ ହୋଇଥିବା ରୋମାଣ୍ଟିକ ଗୀତ ‘ଭାଲମ’ ।
ଏହି ଗୀତରେ ରାଜକୁମାର ଓ ମୌନୀଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି । ଯେଉଁଥିରେ ପତ୍ନି-ପତ୍ନୀଙ୍କ ନିବିଡ ପ୍ରେମ ସମ୍ପର୍କକୁ ପର୍ଯ୍ୟବେଶିତ କରାଯାଇଛି । ଗୀତଟିକୁ ଲେଖିଛନ୍ତି ପ୍ରିୟା ସରୈୟା ଓ ସଚୀନ ସଙ୍ଘଭୀ ।