ମୁମ୍ବାଇ: 2020 କାହାରି ପାଇଁ ଭଲ ସାବ୍ୟସ୍ତ ହୋଇନାହିଁ । କୋରୋନା ଭାଇରସ ମହାମାରୀ ପାଇଁ ଦେଶ ଚାଲିଥିବା ଲକଡାଉନରେ ବଲିଉଡକୁ ଅନେକ ବଡ ଝଟକା ମିଳିଛି । ଅନେକ କଳାକାରଙ୍କ ମୃତ୍ୟୁକୁ ନେଇ ଏଯାବତ ଦୁଃଖି ପୁରା ବଲିଉଡ । ଅନେକ ମହାନ କଳାକାର ଦୁନିଆ ଛାଡି ଚାଲିଯାଇଛନ୍ତି । ପ୍ରଥମେ ଇରଫାନ ଖାନ, ଋଷି କପୁର ଆଉ ନିକଟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଫେମସ ମ୍ୟୁଜିକ କମ୍ପୋଜର ୱାଜିଦ ଖାନ ।
ଗତ 1 ତାରିଖରେ ମାତ୍ର 47 ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୃଦଘାତରେ ହୋଇଥିଲା । ଇତିମମଧ୍ୟରେ ତାଙ୍କର ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଭାବୁକ ହୋଇ ଉଠିଛନ୍ତି ସ୍କ୍ରିନ ରାଇଟର ପ୍ରସୂନ ଯୋଶୀ ।