ମୁମ୍ବାଇ: ‘ଲଭଯାତ୍ରୀ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା ନିଜ ଆଗାମୀ ଫିଲ୍ମ ‘କ୍ବଥା’କୁ ନେଇ ଚର୍ଚ୍ଚାରେ। ମଙ୍ଗଳବାର ସେ ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି । ‘କ୍ବଥା’ ଏକ ବାସ୍ତବ କାହାଣୀକୁ ନେଇ ଆଧାରିତ । ଫିଲ୍ମରେ ତାଙ୍କ ସହ କ୍ୟାଟ୍ରିନା କୈଫଙ୍କ ସାନ ଭଉଣୀ ଇସାବେଲ କୈଫ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଜରିଆରେ ଇସାବେଲ ବଲିଉଡରେ ଡେବ୍ୟୁ କରିବେ।
‘କ୍ବଥା’ର ସୁଟିଂ ଆରମ୍ଭ କଲେ ଲଭଯାତ୍ରୀ ଫେମ - ଆର୍ମି ଅଫିସର ଭୂମିକାରେ ଆୟୁଷ ଶର୍ମା
ଡେବ୍ୟୁ ଫିଲ୍ମ ‘ଲଭଯାତ୍ରୀ’ରୁ ଦର୍ଶକଙ୍କ ମନ କିଣିଥିବା ଅଭିନେତା ଆୟୁଷ ଶର୍ମା ଖୁବଶୀଘ୍ର ଆଉ ଏକ ଫିଲ୍ମରେ ନଜର ଆସିବେ। ବାସ୍ତବ କାହାଣୀକୁ ନେଇ ଆଧାରିତ ଫିଲ୍ମ ‘କ୍ବଥା’ର ସୁଟିଂ ସେ ଆରମ୍ଭ କରିଦେଇଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ରୋମନ୍ସ କରିବେ କ୍ୟାଟ୍ରିନା କୈଫଙ୍କ ଭଉଣୀ ଇସାବେଲ କୈଫ।
ଫିଲ୍ମ ସୁଟିଂ ଆରମ୍ଭ ହେବା ସୂଚନା ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ଦେଇଛନ୍ତି। ଏକ ପୋଷ୍ଟ କରି ସେ ଲେଖିଛନ୍ତି, ‘ସୁଟିଁ ଆରମ୍ଭ । ଆୟୁଷ ଶର୍ମାଙ୍କ ସହ ଇସାବେଲ କୈଫ ଆସିବେ ନଜର। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି କରନ ଲଲିତ ଭୁଟାନି । ସେହିପରି ଫିଲ୍ମର ପ୍ରଯୋଜନା ସୁନିଲ ଜୈନ, ଓମପ୍ରକାଶ ଭଟ୍ଟ, ଆଦିତ୍ୟ ଯୋଶୀ, ଆଲୋକ ଠାକୁର ଓ ସଞ୍ଜୀୟ ଶଙ୍କରୱାର। ଆସନ୍ତା ବର୍ଷ ରିଲିଜ ହେବ ଫିଲ୍ମ।’
କରନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆୟୁଷ ଜଣେ ଆର୍ମି ଅଫିସର ଭୂମିକାରେ ଅଭିନୟ କରିବେ। ଏହାବ୍ୟତୀତ ଆୟୁଷ ବର୍ତ୍ତମାନ ନିଜ ଦ୍ବିତୀୟ ସନ୍ତାନକୁ ନେଇ ଉତ୍ସାହିତ ଅଛନ୍ତି । ଆସନ୍ତା 27 ତାରିଖରେ ଆୟୁଷଙ୍କ ପତ୍ନୀ ତଥା ସଲମାନ ଖାନଙ୍କ ଭଉଣୀ ସି-ସେକ୍ସନ ଜରିଆରେ ଦ୍ବିତୀୟ ସନ୍ତାନକୁ ଜନ୍ମଦେବାକୁ ଯାଉଛନ୍ତି । ଭାଇଙ୍କ ଜନ୍ମଦିନ ଉପହାର ଦେବାକୁ ଯାଉ ଏପରି ନିଷ୍ପତ୍ତି ନେଇଛନ୍ତି ଅର୍ପିତା । ଯାହାର ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି ।