କୋଲକାତା: ଦେଶରେ ଲଭ ଜିହାଦକୁ ନେଇ ଜାରି ରହିଛି ବୟାନବାଜି । ଅନେକ ରାଜ୍ୟ ଏହା ବିରୋଧରେ ଆଇନ ଆଣିବା ନେଇ ସଙ୍କେତ ଦେଇସାରିଲେଣି । ଏହି ମଧ୍ୟରେ ତୃଣମୂଳ କଂଗ୍ରେସର ସାଂସଦ ନୁସରତ ଜହାନ ଲଭ ଜିହାଦକୁ ନେଇ ଦେଇଛନ୍ତି ବଡ ବୟାନ ।
ଲଭ ଜିହାଦ: ବିଜେପିକୁ ଭଲପାଇବାର ଜ୍ଞାନ ବାଣ୍ଟିଲେ ନୁସରତ
ତୃଣମୂଳ କଂଗ୍ରେସର ସାଂସଦ ନୁସରତ ଜହାନ ଲଭ ଜିହାଦକୁ ନେଇ ଦେଇଛନ୍ତି ବଡ ବୟାନ । ଅଧିକ ପଢନ୍ତୁ...
ଲଭ ଜିହାଦ: ବିଜେପିକୁ ଭଲପାଇବାର ଜ୍ଞାନ ବାଣ୍ଟିଲେ ନୁସରତ
ସାମ୍ବାଦିକ ସମ୍ମିଳନୀ ସମୟରେ ରାଜନୈତିକ ଦଳକୁ ଟାର୍ଗେଟ କରିଛନ୍ତି ନୁସରତ । ସେ କହିଛନ୍ତି, ଭଲପାଇବା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମାମଲା । ଧର୍ମକୁ ରାଜନୀତିର ମୋହରା ସଜାଇବା ଉଚିତ ନୁହେଁ ବୋଲି କହିଛନ୍ତି ନୁସରତ ।
ଏହି ପୂର୍ବରୁ ଶନିବାର ଟିଏମସି ସାଂସଦ ନୁସରତ ଟ୍ବିଟ କରି ବିଡେପିକୁ କରିଥିଲେ ଟାର୍ଗେଟ । ସେ ଲେଖିଥିଲେ ଯେ ପଶ୍ଚିମବଙ୍ଗରେ ଆମେ ଧର୍ମନିରପେକ୍ଷ ଭଲପାଇବାରେ ବିଶ୍ବାସ ରଖୁ । ଏଥିରେ କୌଣସି ଭୁଲ ନାହିଁ । ଭଲ ପାଇବା ବ୍ୟକ୍ତିଗତ ମାମଲା ଓ ବିଜେପିକୁ ଭଲପାଇବା ଶିଖିବା ଦରକାର ବୋଲି ସେ କହିଥିଲେ ।