ମୁମ୍ବାଇ: ଦେଶରେ ନିର୍ବାଚନ ବାତାବରଣ ଦେଖିବାକୁ ମିଳୁଛି ।ଏପ୍ରିଲରୁ ଆରମ୍ଭ ହେବାକୁ ଥିବା 17ତମ ଲୋକସଭାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଚର୍ଚ୍ଚା ଖୁବ୍ । ଏଥିରୁ ବାଦ ପଡିନାହାଁନ୍ତି ବି-ଟାଉନ ଷ୍ଟାର୍ସ । ଏବର୍ଷ ଲୋକସଭା ନିର୍ବାଚନରେ ଅନେକ କଳାକାରଙ୍କ ନାମ ସାମ୍ନାକୁ ଆସୁଛି ।ଯେଉଁମାନେ ନିଜ ପସନ୍ଦୀୟ ଦଳ ସହ ହାତ ମିଳାଇଥିବାର ଦେଖାଯାଇଛନ୍ତି ।
ଇତିମଧ୍ୟରେ ରଙ୍ଗୀଲା ଗର୍ଲ ଉର୍ମିଲା ମାତୋଣ୍ଡକରକୁ ନେଇ ଚାଲିଛି ଚର୍ଚ୍ଚା । ଶୁଣିବାକୁ ମିଳୁଛି ଯେ ସେ ମଧ୍ୟ ରାଜନୀତିରେ ପଦାର୍ପଣ କରିବେ । ଆସନ୍ତା ଦୁଇରୁତିନି ଦିନ ମଧ୍ୟରେ ସେ କଂଗ୍ରେସରେ ଯୋଗ ଦେବେ। ଶୁଣିବାକୁ ମିଳୁଛି ଯେ ଉର୍ମିଲା କଂଗ୍ରେସ ନର୍ଥ ମୁମ୍ବାଇ ଲୋକସଭା ସିଟରୁ ପ୍ରାର୍ଥୀ କରାଯିବ ।