ଓଡିଶା

odisha

ETV Bharat / sitara

ଲକଡାଉନ ସମର୍ଥନରେ ବି-ଟାଉନ, ଫ୍ୟାନ୍ସଙ୍କୁ କଲେ ଅପିଲ

କୋରୋନା ଭାଇରସରୁ ବଞ୍ଚିବା ପାଇଁ ପୁରା ଦେଶବାସୀ 21 ଦିନ ପର୍ଯ୍ୟନ୍ତ ମୋଦିଙ୍କ ଲକଡାଉନ ନିଷ୍ପତ୍ତିକୁ ପାଳନ କରିଛନ୍ତି। ମଙ୍ଗଳବାର ଏହାର ଘୋଷଣା କରିଥିଲେ ମୋଦି।

pm modi
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Mar 25, 2020, 10:10 AM IST

ମୁମ୍ବାଇ: ମଙ୍ଗଳବାର ରାତି 12 ଘଟିକା ସମୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକଡାଇନ ନିଷ୍ପତ୍ତି ପୁରାଦେଶରେ 21 ଦିନ ପର୍ଯ୍ୟନ୍ତ ପାଳନ କରାଯିବ। ମୋଦି ନିଜ ସମ୍ବୋଧନରେ କହିଥିଲେ କୋରୋନା ସହ ଏପରି ଲଢାଯାଇପାରିବ। ତାଙ୍କର ଏହି ନିଷ୍ପତ୍ତିକୁ ବଲିଉଡ ଷ୍ଟାର୍ସ ସମର୍ଥନ କରିଛନ୍ତି। ଏହି କ୍ରମରେ ସାମିଲ ଅଛନ୍ତି, ଅମିତାଭ ବଚ୍ଚନ, ଅର୍ଜୁନ କପୁର, ଅମୃତା ରାଓ, ମହେଶ ଭଟ୍ଟ ବିକ୍ରାନ୍ତ ମେସୀ, ପରେଶ ରାୱଲ ଓ ସୁନୀଲ ଗ୍ରୋବର ସହ ଆହୁରି ଅନେକ ସେଲିବ୍ରିଟି।

ଫଟୋ ସୌଜନ୍ୟ: ଟ୍ବିଟର@ଋଷି କପୁର

ବିଗ ବି ଅମିତାଭ ଟ୍ବିଟ କରି ଲେଖିଛନ୍ତି, ‘ହାତ ଯୋଡି ନମ୍ରତା ସହ ଆଜି ଶୁଣିବା ଆମେ ପ୍ରଧାନଙ୍କ ଆଦେଶ, ସବୁବେଳେ ତୁମେ ଆଉ ଆମେ ଭିତରେ ଯେଉଁ କଟକଣା ଲାଗିଛି, ଜୀବନଦାୟୀ ସାଜିବ, 21 ଦିନର ସଂକଳ୍ପ ନିଶ୍ଚିତ କୋରୋନାକୁ ଶେଷ କରିବ।’ ସେହିପରି ଅର୍ଜୁନ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି 21 ଦିନ ପର୍ଯ୍ୟନ୍ତ ଲକଡାଉନ ପାଳିବାକୁ ଅନୁରୋଧ କରିଛନ୍ତି। ଅନିଲ କପୁର ଟ୍ବିଟ କରି ଲେଖିଛନ୍ତି, ‘ଦୟା କରି ଘରେ ରୁହନ୍ତୁ, ଶାନ୍ତି ଓ ସାହସ ସହ ଆମେ ଏହି ଆତଙ୍କ ସହ ଲଢିପାରିବା।

ଫଟୋ ସୌଜନ୍ୟ: ଟ୍ବିଟର@ତାପସୀ ପନ୍ନୁ

ଅନ୍ୟପଟେ ବି-ଟାଉନର ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଲେଖିଛନ୍ତି, ‘21 ଦିନ, ଅଧିକା ଦିନ ନୁହେଁ ଆମେ ବାସ୍ତବ ଜୀବନକୁ ପୁଣି ଫେରିବା ପାଇଁ। ସମସ୍ତେ ମିଶି ପାଳିବା କରିବା। ଆଶା କରୁଛି ଯେ ଲକଡାଉନ ଶେଷ ହେଲା ପରେ ଆମ ପାଖରେ କାରଣ ଥିବ ସେଲିବ୍ରେଶନ କରିବା ପାଇଁ।’ ସେହିପରି ଶାହିଦ କପୁର ଲେଖିଛନ୍ତି, ‘ଘରେ ରହି ମାନସିକ, ଶାରୀରିକ, ଭାବନାତ୍ମକ ରୂପେ ସୁସ୍ଥ ରୁହନ୍ତୁ। ପ୍ରେମ ବାଣ୍ଟନ୍ତୁ । ପ୍ରାର୍ଥନା ଉପରେ ବିଶ୍ବାସ ରଖନ୍ତୁ । ସେହି ଜିନିଷ ସହ କଥା ହୁଅନ୍ତୁ ଯାହାର ସବୁବେଳେ ଆବଶ୍ୟକ ଅଛି। ଆକାଶ ରଙ୍ଗ ପରିବର୍ତ୍ତନ ହେବାକୁ ଦେଖନ୍ତୁ ପଢନ୍ତୁ, ରୋଷେଇ କରନ୍ତୁ। ସମୟ ବିତିଯିବ କଟିଯିବ।’

ଫଟୋ ସୌଜନ୍ୟ: ଟ୍ବିଟର@ଅନିଲ କପୁର

ABOUT THE AUTHOR

...view details