ଓଡିଶା

odisha

By

Published : Apr 24, 2020, 10:31 PM IST

ETV Bharat / sitara

ଲକଡାଉନରେ ନିଜ ପୁଅଙ୍କ ସହ ସମୟ ବିତାଉଛନ୍ତି ନସିରୁଦ୍ଦିନ ଶାହା

ଲକଡାଉନ ସମୟରେ ଅଭିନେତା ନସିରୁଦ୍ଦିନ ଶାହା କହିଛନ୍ତି ଯେ ମୁଁ ବର୍ତ୍ତମାନ ଚଳଚ୍ଚିତ୍ର ଦେଖୁଛି, ଘରେ ବହି ପଢୁଛି ଏବଂ ମୁଁ ମୋ ଦୁଇ ପୁଅଙ୍କ ସହିତ ସମୟ ମଧ୍ୟ ବିତାଉଛି । ଅଧିକ ପଢନ୍ତୁ...

lockdown diaries naseeruddin shah spends quality time with son
ଲକଡାଉନରେ ନିଜ ପୁଅଙ୍କ ସହ ସମୟ ବିତାଉଛନ୍ତି ନସିରୁଦ୍ଦିନ ଶାହା

ମୁମ୍ବାଇ: କୋରୋନା ଲକଡାଉନରେ ବଲିଉଡର ସମସ୍ତ ସେଲିବ୍ରିଟି ନିଜ ଘରେ ରହି ପରିବାର ସହିତ ସମୟ ବିତାଉଛନ୍ତି । ତିନିଥର ଜାତୀୟ ପୁରସ୍କାର ଜିତିଥିବା ଅଭିନେତା ନସିରୁଦ୍ଦିନ ଶାହା ମଧ୍ୟ ନିଜ ପରିବାର ସହ ସମୟ କାଟୁଛନ୍ତି । ଏପରିକି ସେ ୱିଲିୟମ ସେକ୍ସପିୟରଙ୍କ ନାଟକ ପଢୁଛନ୍ତି ।

ନସିରୁଦ୍ଦିନ ଶାହା ଆଇଏଏନଏସକୁ କହିଛନ୍ତି ଯେ, "ମୁଁ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଏବେ ଘରେ ଅଛନ୍ତି । ମୁଁ କହିବାକୁ ଚାହେଁ ଯେ, ଏହି ସମୟରେ ଲୋକମାନେ ଘରେ ରହି ମଧ୍ୟ କିଛି ନା କିଛି କାର୍ଯ୍ୟ କରି ନିଜକୁ ପୁରା ଉପଭୋଗ କରିପାରିବେ ।

ସେ ଆହୁରି କହିଥିଲେ ଯେ, ଏଭଳି ପରିସ୍ଥିତିରେ ମୁଁ ଚଳଚ୍ଚିତ୍ର ଦେଖୁଛି, ବହି ପଢୁଛି । ଏହାସହ ମୁଁ ରୋଷେଇ କାର୍ଯ୍ୟରେ ସାହାଯ୍ୟ କରୁଛି । ଏହାସହ ମୁଁ ମୋର ଦୁଇ ପୁଅଙ୍କ ସହିତ ସମୟ ମଧ୍ୟ ବିତାଉଛି ଏବଂ ତାଙ୍କୁ ସେକ୍ସପିୟରଙ୍କ କିଛି ନାଟକ ବିଷୟରେ କହୁଛି ।

ବଲିଉଡର ଭେଟେରିଆନ ଅଭିନେତା ନସିରୁଦ୍ଦିନ ଶାହା ହିନ୍ଦୀ ସିନେମାରେ ତାଙ୍କର ଏକ ବଡ଼ ଅବଦାନ ରହିଛି । ସେ 'ପଦ୍ମଶ୍ରୀ' ଠାରୁ ଆରମ୍ଭ କରି 'ପଦ୍ମଭୂଷଣ' ପୁରସ୍କାର ପର୍ଯ୍ୟନ୍ତ ବହୁ ପୁରସ୍କାର ଜିତିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ଆଜି ବି ନସିରୁଦ୍ଦିନ ଶାହାଙ୍କ ନା ସମସ୍ତେ ମନେରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details