ଓଡିଶା

odisha

ETV Bharat / sitara

ବିଦ୍ୟାଙ୍କ ପରେ ମାସ୍କ ତିଆରି କରିବା ଶିଖାଇଲେ ରୋନିତ - କୋରୋନା ଭାଇରସ ଆତଙ୍କ

ପୁରୁଣା ଟି-ସର୍ଟରେ ମାସ୍କ ତିଆରି କରିବା ଶିଖାଇ ଦେଶବାସୀଙ୍କୁ ସାହାଯ୍ୟ କଲେ ଅଭିନେତା ରୋନିତ ରୟ । ତାଙ୍କ ପୂର୍ବରୁ ପୁରୁଣା କପଡାରେ ମାସ୍କ ତିଆରି ଶିଖାଇସାରିଛନ୍ତି ବିଦ୍ୟା ବାଲନ। ଅଧିକ ପଢ଼ନ୍ତୁ...

onit roy
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୋନିତ ରୟ

By

Published : Apr 21, 2020, 11:34 PM IST

ମୁମ୍ବାଇ: କୋରୋନା ଭାଇରସରୁ ବଞ୍ଚିବା ପାଇଁ ଲକଡାଉନର ପାଳନ କରୁଛନ୍ତି ଦେଶବାସୀ । ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ଅପିଲ କରୁବାରେ ଲାଗିଛନ୍ତି ସରକାର । ଏହାସହ ଘରରୁ ବାହାରକୁ ନଯିବା, ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବାକୁ ମଧ୍ୟ କୁହାଯାଉଛି । ହେଲେ ଏହି ଘଡିସନ୍ଧି ମୂହୁର୍ତ୍ତରେ ଦେଶରେ ମାସ୍କର ଅଭାବ ଦେଖାଦେଇଛି ।

ଆଉ ଯାହା ମିଳୁଛି ତାହାର ମୂଲ୍ୟ ଆକାଶ ଛୁଆଁ । ଯାହା ଗରିବ, ଦିନ ମଜୁରିଆ ଓ ଶ୍ରମିକଙ୍କ ପାଇଁ କିଣିବା କଷ୍ଟଦାୟକ । ଏହାକୁ ଦୃଷ୍ଟିରେ ରଖି ଅଭିନେତ୍ରୀ ବିଦ୍ୟା ବାଲନ ନିକଟରେ ବ୍ଲାଉଜ, ଶାଢୀ ଓ ପୁରୁଣା କପଡାରେ ଦେଶବାସୀଙ୍କୁ ମାସ୍କ ତିଆରି କରିବା ଶିଖାଇଥିଲେ । ଆଉ ତାଙ୍କ ପଥ ଅନୁସରଣ କରିଛନ୍ତି ଫେମସ ଆକ୍ଟର ରୋନିତ ରୟ ।

ସେ ନିଜର ଏକ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ପୁରୁଣା ଟି-ସର୍ଟରେ କିପରି ମାସ୍କ ତିଆରି କରାଯିବା ଶିଖାଇଛନ୍ତି । ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ମାସ୍କ ନାହିଁ । ତେବେ ଟେନଶନ ନିଅନାହିଁ । ମାସ୍କ ତିଆରି କରିବା ସିମ୍ପଲ କଥା।’

ABOUT THE AUTHOR

...view details