ମୁମ୍ବାଇ: ବଲିଉଡ ସୁପଷ୍ଟାର ଶାହରୁଖ ଖାନଙ୍କ ପୁଅ ଗିରଫ ହେବା ପରେ ଧିରେଧିରେ ଖୋଲୁଛି ମୁମ୍ବାଇ ଡ୍ରଗ୍ସ ପାର୍ଟିର ପେଡି । ଡ୍ରଗ୍ସ ମାମଲାର ହୋଇଛି ନୂଆ ଖୁଲାସା । ମୁମ୍ବାଇ ହାଇପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ମାମଲାରେ ଓଡିଆ ଯୁବକଙ୍କ ଲିଙ୍କ ଥିବା ସୂଚନା ମିଳିଛି ।
ମଙ୍ଗଳବାର ଆଉ ୪ ଜଣଙ୍କୁ ଗିରଫ କରିଛି ଏନସିବି । ଏହାକୁ ମିଶାଇ ଗିରଫ ସଂଖ୍ୟା ୧୬ରେ ପହଁଞ୍ଚିଛି । ସମୁଦ୍ର ଭିତରେ କ୍ରୁଜରେ ରେଭ୍ ପାର୍ଟି ମାମଲାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଓଡ଼ିଶାରୁ ୨ ଜଣ ଅଛନ୍ତି । ଓଡ଼ିଶାର ମନୀଷ ରାଜଗରିଆ ଏବଂ ଅଭିନ ସାହୁ ଗିରଫ ହୋଇଛନ୍ତି । ମନୀଷଙ୍କ ଘର ରାଉରକେଲା ହୋଇଥିବାବେଳେ ଅଭିନଙ୍କ ଘର ରଘୁନାଥପାଲୀ ବୋଲି ଡଣାପଡିଛଇ । ୨ ଓଡ଼ିଆଙ୍କ ସହ ମଙ୍ଗଳବାର ଆଉ ୪ ଜଣଙ୍କୁ ଗିରଫ କରିଛି ଏନସିବି ।