ଓଡିଶା

odisha

By

Published : Dec 16, 2021, 7:01 PM IST

ETV Bharat / sitara

ଆସନ୍ତା ଅଗଷ୍ଟ ୨୫ରେ ରିଲିଜ ହେବ ଫିଲ୍ମ Liger

ଆସନ୍ତା ବର୍ଷ ଅର୍ଥାତ ୨୦୨୨ ଅଗଷ୍ଟ ୨୫ ତାରିଖରେ ରିଲିଜ ହେବାକୁ ଯାଉଛି ବିଜୟ ଦେବରକୋଣ୍ଡାଙ୍କ ବଲିଉଡ଼ ଡେବ୍ୟୁ ଫିଲ୍ମ 'ଲାଇଗର' । ଅଧିକ ପଢନ୍ତୁ

ଆସନ୍ତା ଅଗଷ୍ଟ ୨୫ରେ ରିଲିଜ ହେବ ଫିଲ୍ମ Liger
ଆସନ୍ତା ଅଗଷ୍ଟ ୨୫ରେ ରିଲିଜ ହେବ ଫିଲ୍ମ Liger

ହାଇଦ୍ରାବାଦ: ୨୦୨୨ରେ ନିଜ ଫ୍ୟାନ୍ସଙ୍କୁ ଭରପୂର ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବଲିଉଡ଼ର ସୁନାମଧନ୍ୟ ଫିଲ୍ମ ମେକର କରନ ଜୋହର । କରନଙ୍କ ଧର୍ମା ପ୍ରଡକ୍ସନର 'ବ୍ରହ୍ମାସ୍ତ୍ର'ର ରିଲିଜ ତାରିଖ ଘୋଷଣା ହେବା ପରେ ଏବେ 'ଲାଇଗର'ର ରିଲିଜ ତାରିଖ ଘୋଷଣା ହୋଇଛି । ଗୁରୁବାର କରନ ଏ ସମ୍ପର୍କରେ ନିଜ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ।

କରନ ନିଜ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟର ସେୟାର କରିଛନ୍ତି । ଏଥିରେ ଫିଲ୍ମର ନାମ ସହିତ ଏହାର ବିଶ୍ବସ୍ତରୀୟ ରିଲିଜ ତାରିଖ ମଧ୍ୟ ଘୋଷଣା ହୋଇଛି । ଏହାର କ୍ୟାପସନରେ କରନ ଲେଖିଛନ୍ତି ଯେ, ଆକ୍ସନ, ଥ୍ରିଲ ଓ ପାଗଲପନ', ବହୁତ ବଡ଼ ଧମାକା ହେବାକୁ ଯାଉଛି ।" 'ଲାଇଗର' ଫିଲ୍ମ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ 'ବ୍ରହ୍ମାସ୍ତ୍ର' ରିଲିଜର ୨ ସପ୍ତାହ ପୂର୍ବରୁ ରିଲିଜ ହେବ । ଏହାସହିତ କରନ ଦର୍ଶକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଲାଇଗରର ଏକ ରୋଚକ ଝଲକ ଚଳିତ ବର୍ଷର ଶେଷରେ ଭେଟି ଦେବେ ।

ଏହା ବି ପଢନ୍ତୁ: Brahmastra motion poster launch: ଋଷିଙ୍କୁ ମନେ ପକାଇଲେ ରଣବୀର

ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସମେତ ବଲିଉଡ଼ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ମଧ୍ୟ ଦର୍ଶକ ମୁଖ୍ୟ ଭୂମିକାରେ ଦେଖିବେ । ଏହି ଫିଲ୍ମଟି ହିନ୍ଦୀ ଭାଷା ବ୍ୟତୀତ ତେଲୁଗୁ, ତାମିଲ, ମାଲାୟାଲାମ ଓ କନ୍ନଡ଼ ଭାଷାରେ ରିଲିଜ ହେବ । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ପୁରୀ ଜଗନ୍ନାଥ । ତେବେ ସୂଚନା ଥାଉ କି ଏହି ଫିଲ୍ମ ମାଧ୍ୟମରେ ବିଜୟ ବଲିଉଡ଼ ଡେବ୍ୟୁ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details