ଓଡିଶା

odisha

ETV Bharat / sitara

38 ବର୍ଷରେ ପାଦ ଦେଲେ ଶ୍ରେୟା, ଭଂସାଲୀଙ୍କ ଫିଲ୍ମରୁ ବେଷ୍ଟ ପ୍ଲେବ୍ୟାକ ସିଙ୍ଗର - କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଜନ୍ମଦିନ

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ଆଜି ଜନ୍ମଦିନ । ସୁମଧୁର କଣ୍ଠରେ ଦେଶ ବିଦେଶର ଅଗଣିତ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ରାଜ୍ କରୁଥିବା ଶ୍ରେୟା ଘୋଷାଲ୍, ଆଜି ତାଙ୍କର 38ତମ ଜନ୍ମଦିନ ପାଳନ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଶ୍ରେୟା ଘୋଷାଲଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ 25 ମିଲିଅନ୍‌ ଅଟେ । ଅଧିକ ପଢନ୍ତୁ

କଣ୍ଠଶିଳ୍ପୀଙ୍କ ସମ୍ପତ୍ତି ଜାଣିଲେ ଉଡିଯିବ ହୋସ୍‌, 4 ବର୍ଷ ବୟସରୁ ଗାଉଛନ୍ତି ଗୀତ
କଣ୍ଠଶିଳ୍ପୀଙ୍କ ସମ୍ପତ୍ତି ଜାଣିଲେ ଉଡିଯିବ ହୋସ୍‌, 4 ବର୍ଷ ବୟସରୁ ଗାଉଛନ୍ତି ଗୀତ

By

Published : Mar 12, 2022, 10:36 AM IST

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ଆଜି ଜନ୍ମଦିନ । ସୁମଧୁର କଣ୍ଠରେ ଦେଶ ବିଦେଶର ଅଗଣିତ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ରାଜ୍ କରୁଥିବା ଶ୍ରେୟା ଘୋଷାଲ୍, ଆଜି ତାଙ୍କର 38ତମ ଜନ୍ମଦିନ ପାଳନ କରିଛନ୍ତି । 1984 ମସିହା ମାର୍ଚ୍ଚ 12 ତାରିଖରେ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଜନ୍ମଗ୍ରହଣ କରିଥିବାବେଳେ ରାଜସ୍ଥାନର ରାୱତଭଟ୍ଟାରେ ବଡ ହୋଇଥିଲେ । ସେ 4 ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ରାୱତଭଟ୍ଟା କ୍ଲବରେ ମାତ୍ର 6 ବର୍ଷ ବୟସରେ ତାଙ୍କର ପ୍ରଥମ ଷ୍ଟେଜ୍ ସୋ କରିଥିଲେ ।

@ shreyaghoshal

2002 ମସିହାରେ ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ 'ଦେବଦାସ'ରେ ଏକ ଗୀତ ଗାଇଥିଲେ । ଏହା ପରେ ଶ୍ରେୟା ବଲିଉଡରେ ଗୋଟିଏ ପରେ ଗୋଟିଏ ବହୁତ ହିଟ ଗୀତ ଲାଗିଲେ ଏବଂ କିଛି ସମୟ ଭିତରେ ତାଙ୍କ ନାମ ବଲିଉଡର ଶ୍ରେଷ୍ଠ ଗାୟକମାନଙ୍କ ମଧ୍ୟରେ ସାମିଲ ହୋଇଥିଲା । ବାସ୍ତବରେ, ଶ୍ରେୟା ଘୋଷାଲଙ୍କୁ ସଞ୍ଜୟ ଲୀଲା ଭଂସାଲୀଙ୍କ 75 ତମ ଶିଶୁ ଦିବସର ସ୍ୱତନ୍ତ୍ର ଶୋ’ରେ ପରଫମାନ୍ସ କରୁଥିବା ଦେଖିଥିଲେ ​। ଶ୍ରେୟାଙ୍କ ପରଫମାନ୍ସ ସେ ଏତେ ପ୍ରଭାବିତ ହୋଇଥିଲେ ଯେ ତାଙ୍କୁ ଦେବଦାସ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ 'ବେରି ପିୟା ', 'ଛଲକ-ଛଲକ, ଡୋଲାରେ ଡୋଲା' ଗୀତ ଗାଇଥିଲେ।

@ shreyaghoshal

ଶ୍ରେୟା ଘୋଷାଲ ରୋଜଗାର

acknowledge.com ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଶ୍ରେୟା ଘୋଷାଲଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ 25 ମିଲିଅନ୍‌ ଅଟେ, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ 182 କୋଟି ଅଟେ । ତାଙ୍କର ଅଧିକାଂଶ ରୋଜଗାର ଗୀତରୁ ଆସିଥାଏ । ସେ ବିଭିନ୍ନ ମ୍ୟୁଜିକ୍ ରିଏଲିଟି ଟିଭି ଶୋ’ରେ ବିଚାରପତି ଭାବେ ମଧ୍ୟ ନଜର ଆସିଛନ୍ତି । ସେ ଚଳଚ୍ଚିତ୍ର ଗୀତ, ଆଲବମ୍, ଲାଇଭ୍ କନ୍ସର୍ଟରୁ ରୋଜଗାର କରନ୍ତି । ଗାୟିକା ଶ୍ରେୟା ଘୋଷାଲଙ୍କ ମାସିକ ଆୟ 1 କୋଟିରୁ ଅଧିକ ଏବଂ ବାର୍ଷିକ ଆୟ 12 କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।

@ shreyaghoshal

ଶ୍ରେୟାଙ୍କ ସ୍ୱରରେ କଲ୍ୟାଣଜୀ-ଆନନ୍ଦଜୀ ବହୁତ ପ୍ରଭାବିତ ହୋଇଥିଲେ । ସେ ତାଙ୍କ ପିତାଙ୍କୁ ଶ୍ରେୟାଙ୍କ ଉନ୍ନତି ତଥା ଭଲ ସଂଗୀତ ପ୍ରଶିକ୍ଷଣ ପାଇଁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି । ପରେ, ଯେତେବେଳେ ଶ୍ରେୟା ମୁମ୍ବାଇ ଆସିଥିଲେ, ସେତେବେଳେ ସେ କଲ୍ୟାଣଜୀ ଆନନ୍ଦଜୀଙ୍କଠାରୁ ଗୀତ ଶିଖିଲେ । ଏଠାରେ ଶ୍ରେୟା Atomic Energy Central Schoolsରେ ପାଠ ପଢିଲେ ଏବଂ SIES କଲେଜରୁ ସ୍ନାତକ ହାସଲ କରିଥିଲେ ।

@ shreyaghoshal

ଆମେରିକା ପାଳନ କରେ ବିଶେଷ ଦିବସ

ଅନେକ ଫିଲ୍ମଫେୟାର ପୁରସ୍କାର ଜିତିଥିବା ଶ୍ରେୟା ଘୋଷାଲଙ୍କ ନାମ ଆମେରିକାରେ ଗୋଟିଏ ଦିନ ପାଇଁ ଉତ୍ସର୍ଗୀକୃତ ହୋଇଛି । ଆମେରିକାର ଓହିଓ ରାଜ୍ୟପାଳ ଟ୍ରିକ୍ ଷ୍ଟ୍ରିକଲ୍ୟାଣ୍ଡ ଜୁନ୍ 26 କୁ ଶ୍ରେୟାଙ୍କୁ ସମର୍ପିତ କରି ଏହାକୁ ଶ୍ରେୟା ଘୋଷାଲ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ । 2010ରେ ପ୍ରଥମ ଥର ପାଇଁ ଶ୍ରେୟା ଘୋଷାଲ ଦିବସ ପାଳନ କରାଯାଇଥିଲା ।

@ shreyaghoshal

ଫିଲ୍ମ ଫେୟାର୍‌ ଆଓ୍ବାର୍ଡ

ଫିଲ୍ମ ଦେବଦାସ୍‌ର ପପୁଲାର ସଙ୍ଗ 'ଡୋଲାରେ ଡୋଲା' ପାଇଁ ସେ ନିଜ କ୍ୟାରିୟର ପ୍ରଥମ ଫିଲ୍ମ ଫେୟାର୍‌ ଆଓ୍ବାର୍ଡ ଜିତିଥିଲେ । ଏହାସହ ସେହି ଫିଲ୍ମର ଆଉ ଏକ ଗୀତ ବେରି ପିୟା ପାଇଁ ବେଷ୍ଟ ଫିମେଲ୍‌ ପ୍ଲେବ୍ୟାକ୍‌ ସିଙ୍ଗର ଭାବେ ଜାତୀୟ ଫିଲ୍ମ ଆଓ୍ବାର୍ଡ ମଧ୍ୟ ଜିତିଥିଲେ । ଫିଲ୍ମ କଲଙ୍କର ଘର ମୋରେ ପରଦେଶୀଆ, ଆଲବମ ଗୀତ ଲୈଜା ଲୈଜାରେ, 2003 ମସିହାର ଫିଲ୍ମ ଜିସ୍ମର ଗୀତ ଯାଦୁ ହେ ନଶା ହେ, ଫିଲ୍ମ ପରିଣିତାର ପିୟା ବୋଲେ ଭଳି ଅନେକ ହୃଦୟସ୍ପର୍ଶୀ ଗୀତରେ କଣ୍ଠଦାନ କରି ଲୋକଙ୍କ ହୃଦୟ ଜିତିଛନ୍ତି ଶ୍ରେୟା । କେବଳ ହିନ୍ଦୀ ନୁହେଁ ତାମିଲ, କନ୍ନଡ, ବେଙ୍ଗଲୀ, ମଲାୟାଲମ୍, ତେଲୁଗୁ, ଗୁଜୁରାଟୀ, ପଞ୍ଜାବୀ, ଓଡିଆ ଆଦି ଭାଷାରେ ଗୀତ ଗାଇଛନ୍ତି ଶ୍ରେୟା ଘୋଷାଲ୍‌ ।

@ shreyaghoshal

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details