ଓଡିଶା

odisha

ETV Bharat / sitara

ଦୀପାବଳି ପାଇଁ ଲତାଙ୍କ ଅପିଲ, ଉଦ୍ଧବଙ୍କୁ କଲେ ସମର୍ଥନ - ଉଦ୍ଧବ ଠାକରେଙ୍କ ସମର୍ଥନରେ ଲତା ମଙ୍ଗେସକର

ଟ୍ବିଟ କରି ମୁମ୍ବାଇବାସୀଙ୍କୁ ଅପିଲ କରିଛନ୍ତି ଲତା । ସୁରକ୍ଷିତ ରହି ଦୀପାବଳି ପାଳନ କରିବାକୁ କଲେ ନିବେଦନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Nov 9, 2020, 7:23 AM IST

ମୁମ୍ବାଇ: ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର ପ୍ରାୟତଃ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ କିଛି ନା କିଛି ପୋଷ୍ଟ କରୁଥିବାର ନଜର ଆସନ୍ତି । କେବେ ପୁରୁଣା ଗୀତ ସେୟାର କରି ଅନେକ କାହାଣୀ ଶୁଣାଇଥାଆନ୍ତି ତ ଆଉ କେବେ ଦେଶବାସୀଙ୍କୁ ସଚେତନା ବାର୍ତ୍ତା ଦିଅନ୍ତି । ଏଥର ମଧ୍ୟ ଏମିତି କିଛି ତାଙ୍କ ସୋସଆଲ ମିଡିଆରେ ଦେଖିବାକୁ ମିଳୁଛି । ପ୍ରଶଂସକଙ୍କୁ କିଛି ଅପିଲ କରିଛନ୍ତି ସେ । କାରଣ ଆଉ କିଛି ଦିନ ପରେ ପୁରା ଦେଶବାସୀ ପଳନ କରିବାକୁ ଯାଉଛନ୍ତି ଦୀପାବଳି । ଏଥିପାଇଁ ଟ୍ବିଟ କରି ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କଥା ମାନିବାକୁ ସମସ୍ତଙ୍କୁ କହିଛନ୍ତି ।

ରବିବାର ଏକ ଟ୍ବିଟରେ ଲେଖିଥିଲେ, ‘ମୁଁ ଅନୁଭବ କରୁଛି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଟେଲିଭିଜନରେ ଯାହା କହିଛନ୍ତି ତାହା ପାଳନ କରିବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ପ୍ରଦୂଷଣକୁ ଯାଞ୍ଚ କରିବା ପାଇଁ ଆପଣ ଏହି ଦୀପାବଳିରେ କମ୍ ବାଣ ବ୍ୟବହାର କରନ୍ତୁ । ଆଲୋକର ପର୍ବ ପାଳନ କର, ମାସ୍କ ପିନ୍ଧିନ୍ତୁ । ନିଜ ସହ ପରିବାର ଏବଂ ସମାଜର ଯତ୍ନ ନିଅନ୍ତୁ ।’

ପ୍ରକାଶ ଥାଉକି କୋରୋନା ଭାଇରସ ସଙ୍କଟ ଏବଂ ପ୍ରଦୂଷଣ ରୋକିବା ପାଇଁ ନିକଟରେ ଉଦ୍ଧବ ମୁମ୍ବାଇବାସୀଙ୍କୁ ଅନୁରୋଧ କରିଥିଲେ ଯେ ଦୀପାବଳି ସରଳତା ସହିତ ପାଳନ କରବା ସହ ନିଜ ନିଜ ଘରେ ରହି ସୁରକ୍ଷତ ରୁହନ୍ତୁ ।

ସେହିପରି ଏବର୍ଷ ହରିୟାଣା, କର୍ଣ୍ଣାଟକ, ଦିଲ୍ଲୀ, ରାଜସ୍ଥାନ ଏବଂ ଓଡିଶାରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । କୋରୋନା ସଙ୍କଟ ଏବଂ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details