ଓଡିଶା

odisha

ETV Bharat / sitara

ବୁର୍ଜ ଖଲିଫା ନେଇ ଆସିବେ ଅକ୍ଷୟ-କିଆାରା, ଟିଜର ଆଉଟ - 'ଲକ୍ଷ୍ମୀ ବମ୍'ର ଫାଷ୍ଟ ଗୀତର ଟିଜର ଆଉଟ

ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର 'ଲକ୍ଷ୍ମୀ ବମ୍'କୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ ବିଶେଷ ଖୁସି ଦେଖିବାକୁ ମିଳୁଛି । ଉତ୍ସାହକୁ ଆହୁରି ବଢାଇବାକୁ ନିର୍ମାତା ଫାଷ୍ଟ ଗୀତ 'ବୁର୍ଜ ଖଲିଫା'ର ଟିଜର ରିଲିଜ କରିଛନ୍ତି । ଅଧିକ ପଢନ୍ତୁ...

laxmmi bomb song burj khalifa teaser out
'ଲକ୍ଷ୍ମୀ ବମ୍'ର ଫାଷ୍ଟ ଗୀତର ଟିଜର ଆଉଟ

By

Published : Oct 17, 2020, 7:04 PM IST

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର 'ଲକ୍ଷ୍ମୀ ବମ୍'ର ମଜାଦାର ଟ୍ରେଲର ମୁକ୍ତିଲାଭ କରିଛି ।

ଶନିବାର ଏହି ଚଳଚ୍ଚିତ୍ରର ଫାଷ୍ଟ ଗୀତ 'ବୁର୍ଜ ଖଲିଫା'ର ଟିଜର ରିଲିଜ ହୋଇଛି । ଏହି ଗୀତ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର 18 ରେ ମୁକ୍ତିଲାଭ କରିବ।

ଅକ୍ଷୟ ଏହି ଗୀତର ଟିଜରକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ, ବର୍ଷର ପ୍ରଥମ ତଥା ସବୁଠାରୁ ବଡ ପାର୍ଟି ସଙ୍ଗ ପାଇଁ ପ୍ରସ୍ତୁତ ହୁଅ, ଆସନ୍ତାକାଲି # ବୁର୍ଜ ଖଲିଫା ଗୀତ ମୁକ୍ତିଲାଭ କରିବ ।

ଏହି ଗୀତଟିକୁ ଶଶି ଏବଂ ଡିଜେ ଖୁସୀ କମ୍ପୋଜ କରିଛନ୍ତି । ଏହି ଗୀତର ଝଲକ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଥିଲା ।

ରାଘବ ଲରେନ୍ସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ ମୁଖ୍ୟ ଭୂମିକାରେ କିଆରା ଆଡଭାନୀ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରରେ ଅକ୍ଷୟ କିନ୍ନର ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ତାମିଲ ଚଳଚ୍ଚିତ୍ର କାଞ୍ଚନାର ଏକ ହିନ୍ଦୀ ରିମେକ୍ ଅଟେ ।

ପ୍ରକାଶ ଥାଉ ଯେ, ଏହି ଫିଲ୍ମଟି ନଭେମ୍ବର 9 ରେ ସାରା ଦେଶରେ ଡିଜନୀ ପ୍ଲସ୍ ହଟଷ୍ଟାର୍ ରେ ରିଲିଜ୍ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details