ହାଇଦ୍ରାବାଦ: ଫିଲ୍ମ ନିର୍ମାତା ତଥା ଅଭିନେତା ରାଘବ ଲରେନ୍ସ ଫିଲ୍ମ ଲକ୍ଷ୍ମୀବମକୁ ଆଉ ନିର୍ଦ୍ଦେଶନା ଦେବେ ନାହିଁ । ଅକ୍ଷୟ କୁମାରଙ୍କ ଅଭୀନିତ ଫିଲ୍ମ ଲକ୍ଷ୍ମୀବମର ସୁଟିଂ କିଛି ଦିନ ହେବ ଆରମ୍ଭ ହୋଇଥିଲା । ତେବେ ଅସମ୍ମାନିତ ଅନୁଭବ ହେବାରୁ ଫିଲ୍ମ ଛାଡିଛନ୍ତି ରାଘବ ।
ଫିଲ୍ମ ଛାଡିଲେ 'ଲକ୍ଷ୍ମୀବମ'ର ନିର୍ଦ୍ଦେଶକ
ଫିଲ୍ମ ଲକ୍ଷ୍ମୀବମରୁ ପଛଘୁଞ୍ଚା ଦେଲେ ନିର୍ଦ୍ଦେଶକ ରାଘବ ଲରେନ୍ସ । ଅସମ୍ମାନିତ ଅନୁଭବ ହେବାରୁ ଫିଲ୍ମ ଛାଡିଲି କହିଲେ ରାଘବ ।
ଡିଜାଇନ ଫଟୋ
ନିଜ ଟ୍ବିଟର ହାଣ୍ଡେଲରେ ଏହାର ସୂଚନା ଦେଇଛନ୍ତି ରାଘବ । ତେବେ ରାଘବଙ୍କ କହିବା କଥା ପୋଷ୍ଟର ରିଲିଜ କରିବା ପୂର୍ବରୁ ତାଙ୍କୁ କୌଣସି ଆଗୁଆ ସୂଚନା ଦିଆଯାଇନଥିଲା ଏବଂ ପୋଷ୍ଟର ଡିଜାଇନ ସହ ସେ ବିଲକୁଲ ବି ସହମତ ନୁହଁନ୍ତି । ତେଣୁ ସେ ଏ ଫିଲ୍ମ ଛାଡିଛନ୍ତି । ତେବେ ଫିଲ୍ମର ପୋଷ୍ଟର ଗତକାଲି ହିଁ ରିଲିଜ ହୋଇଥିଲା ।
ପ୍ରକାଶ ଥାଉକି, ଫିଲ୍ମ ଲକ୍ଷ୍ମୀବମ ତେଲୁଗୁ ଫିଲ୍ମ କଞ୍ଚନାର ହିନ୍ଦୀ ରିମେକ । ଏହାର ତେଲୁଗୁକୁ ମଧ୍ୟ ରାଘବ ନିର୍ଦ୍ଦେଶନା ଦେଇଥିଲେ । ହିନ୍ଦୀ ରିମେକରେ ଅକ୍ଷୟ କୁମାରଙ୍କ ସହ କିଆରା ଆଡଭାନୀ, ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ ।