ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁକୁ 8 ମାସରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକ ଆଜି ବି ତାଙ୍କୁ ଝୁରୁଛନ୍ତି। ସୋସିଆଲ ମିଡିଆରେ ସୁଶାନ୍ତଙ୍କ ନାଁ କ୍ରମାଗତ ଭାବରେ ଟ୍ରେଣ୍ଡ କରୁଛି। ଏଥର ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ଅଭିନେତାଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି ।
ଶନିବାର ମୁମ୍ବାଇରେ ଆୟୋଜିତ ହୋଇଥିବା ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସୁଶାନ୍ତଙ୍କୁ କ୍ରିଟିକ୍ସ ବେଷ୍ଟ ଆକ୍ଟର ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ପାଇଁ ତାଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି ।