ଓଡିଶା

odisha

By

Published : Aug 17, 2020, 4:22 PM IST

ETV Bharat / sitara

ସୁଶାନ୍ତଙ୍କ ପାଇଁ ଏକଜୁଟ ହେଲେ 10 ଲକ୍ଷରୁ ଅଧିକ ଦେଶବାସୀ

ସ୍ବାଧୀନତା ଦିବସରେ ଅନଲାଇନ ରଖାଯାଇଥିବା ସୁଶାନ୍ତଙ୍କ ପ୍ରେୟର ମିଟରେ ସାମିଲ ହେଲେ ଲକ୍ଷାଧିକ ଲୋକ । ସୋସିଆଲ ମିଡିଆରେ ସୂଚନା ଦେଲେ ଭଉଣୀ ଶ୍ବେତା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ସ୍ବାଧୀନତା ଦିବସରେ ନିଜ ଭାଇଙ୍କୁ ନ୍ୟାୟ ଦେବା ପାଇଁ ଗ୍ଲୋବାଲ ପ୍ରେୟାର ମିଟର ଆୟୋଜନ କରିଥିଲେ । ଏହାପୂର୍ବରୁ ସେ ସୋସିଆଲ ମିଡିଆରେ ସମସ୍ତଙ୍କୁ ହାତ ଯୋଡି କହିଥିଲେ ସୁଶାନ୍ତଙ୍କ ପ୍ରେୟାର ମିଟରେ ସାମିଲ ହେବାକୁ । ଏହାକୁ ଦୃଷ୍ଟି ରଖି ଏବଂ ସୁଶାନ୍ତଙ୍କ ନ୍ୟାୟ ଦେବା ପାଇଁ ସ୍ବର ଉତ୍ତୋଳନ କରୁଥିବା ଅନେକ ଲୋକ ଏହି ପ୍ରେୟର ମିଟରେ ସାମିଲ ହୋଇଥିବାର ନଜର ଆସିଥିଲେ । ଅନଲାଇନ 10 ଲକ୍ଷରୁ ଅଧିକ ସଂଖ୍ୟାରେ ଲୋକ ଏଥିରେ ଯୋଗ ଦେଇଥିଲେ ।

ଏହାର ସୂଚନା ଦେଇ ଶ୍ବେତା ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ସୁଶାନ୍ତଙ୍କ ପାଇଁ ପ୍ରାର୍ଥନା କରିବାକୁ ପୁରା ଦୁନିଆରୁ ଏକ ମିଲିୟନରୁ ଅଧିକ ଲୋକ ସାମିଲ ହୋଇଛନ୍ତି । ଏହା ଏକ ଆଧ୍ୟାତ୍ମିକ କ୍ରାନ୍ତି ଏବଂ ଏହା ସମଗ୍ର ବିଶ୍ବରେ ଦ୍ରୁତ ଗତିରେ ବଢୁଛି । ଆମର ପ୍ରାର୍ଥନା ଖାଲି ଯିବ ନାହିଁ । #globalprayers4SSR #cbiforssr #godiswithus #justiceforsushant'

ପ୍ରକାଶ ଥାଉକି ଶ୍ବେତାଙ୍କ ଏହି ପୋଷ୍ଟରେ କମେଣ୍ଟ କରି ସୁଶାନ୍ତଙ୍କ ଏକ୍ସଗାର୍ଲଫ୍ରେଣ୍ଡ ତଥା ଟିଭିର ଫେମସ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଲେଖିଛନ୍ତି, ‘ପ୍ରାର୍ଥନା କିଛି ବି ବଦଳାଇ ପାରିବ ।’

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ABOUT THE AUTHOR

...view details