ଓଡିଶା

odisha

ସୁଶାନ୍ତ ମୃତ୍ୟୁ ମାମଲା: ସତକୁ କାହା ସାହାଯ୍ୟର ଆବଶ୍ୟକ ନାହିଁ ବୋଲି କହିଲେ ଶ୍ବେତା

ପୁଣି ଚର୍ଚ୍ଚାରେ ଶ୍ବେତା ସିଂ କିର୍ତ୍ତି । ସୋସିଆଲ ମିଡିଆରେ ଭାଇ ସୁଶାନ୍ତଙ୍କ ପାଇଁ ଏକ ପୋଷ୍ଟ ସେୟାର କରି ସକାରତ୍ମକ ପ୍ରତିକ୍ରିୟା ରଖିଛନ୍ତି ସେ । ଯାହାର ସମର୍ଥନରେ ଫ୍ୟାନ୍ସ...

By

Published : Sep 4, 2020, 2:10 PM IST

Published : Sep 4, 2020, 2:10 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ବେତା ସିଂ କିର୍ତ୍ତି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ବେତା ସିଂ କିର୍ତ୍ତି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ଏବେ ନୂଆ ମୋଡ ଦେଖିବାକୁ ମିଳୁଛି । ଜୋରୋସୋରରେ ଯାଞ୍ଚ କରିବାରେ ଲାଗିଛି ସିବିଆଇ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁର(ଏନସିବି) । ହେଲେ ସବୁଦିନ ତାଙ୍କ କେସରେ ରହସ୍ୟ ବଢିଚାଲିଛି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ତାଙ୍କ ବନ୍ଧୁ ସାମୁଅଲ ମିରାଣ୍ଡାଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ନେଇଛି ଏନସିବି । ସେହିପରି ତାଙ୍କ ମୃତ୍ୟୁପରଠୁ ସୋସିଆଲ ମିଡିଆରେ ନ୍ୟାୟ ଦାବି କରିଆସୁଛନ୍ତି ତାଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି । ସେ ସବୁବେଳେ କିଛି ନା କିଛି ସେୟାର କରି ସୁଶାନ୍ତଙ୍କ ପାଇଁ ଭାବବିହ୍ବଳ ପୋଷ୍ଟ କରୁଥିବାର ଦେଖାଯାଉଛନ୍ତି । ଏବେ ମଧ୍ୟ ତାଙ୍କର ଏକ ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଇନଷ୍ଟାଗ୍ରାମରେ ସେ ମା' ଦୁର୍ଗାଙ୍କ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ସତ ସବୁବେଳେ ସିଂହ ଭଳି । ଯାହା ତୁମକୁ ସାବ୍ୟସ୍ତ କରିବାକୁ ପଡିବ ନାହିଁ । ହରାଇବାକୁ ଦେବା । ସତ ନିଜକୁ ନିଜେ ସାବ୍ୟସ୍ତ କରିବ । ଜଷ୍ଟିସ ଫର୍ ସୁଶାନ୍ତ ।’

ପ୍ରକାଶ ଥାଉକି ବର୍ତ୍ତମାନ ତାଙ୍କ ଏହି ପୋଷ୍ଟର ସପୋର୍ଟ କରି ଫ୍ୟାନ୍ସ ମଧ୍ୟ ପୁଣି ସୋସିଆଲ ମିଡିଆରେ ଏକଜୁଟ ହେଉଥିବାର ନଜର ଆସୁଛନ୍ତି । ଜଣେ ୟୁଜର ସମର୍ଥନ କରି ଲେଖିଛନ୍ତି, ‘ହଁ ଶ୍ବେତା ସୁଶାନ୍ତଙ୍କୁ ହରାଇବା ପରେ ଲାଗୁଛି ଯେମିତି ମୋ ମୋ ନିଜ ଲୋକଙ୍କୁ ହରାଇଛି । ମୁଁ ମୋ ଜୀବନରେ କେବେ ମଧ୍ୟ ବଲିଉଡ ଫ୍ୟାନ ନଥିଲି । ହେଲେ ସୁଶାନ୍ତଙ୍କ ପାଇଁ ଜଷ୍ଟିସ୍ ଚାହୁଁଛି ।’

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ଏକଦା ସତ ସମସ୍ତଙ୍କ ସାମ୍ନାକୁ ଆସିବ ।’ ଯଦି ସୁଶାନ୍ତଙ୍କ କେସ ବିଷୟରେ କଥା ହେବା ତେବେ ସିବିଆଇ ଓ ଏନସିବି ବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୀ ମଧ୍ୟ କଡା ଯାଞ୍ଚ କରୁଛି । ରିଆଙ୍କ ଉପରେ ମନ ଲଣ୍ଡରିଂ କେସ ସୁଶାନ୍ତଙ୍କ ପିତା କରିବା ପରେ ତାଙ୍କୁ ଓ ତାଙ୍କ ପରିବାରକୁ ପଚରାଉଚରା ଜାରି ରଖିଛନ୍ତି ଇଡି ।

ABOUT THE AUTHOR

...view details