ମୁମ୍ବାଇ: ଶ୍ବେତା ସିଂ କ୍ରିତି ମଙ୍ଗଳବାର ନିଜ ଦିବଙ୍ଗତ ଭାଇ ତଥା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଏକ ଭାବନାତ୍ମକ ପୋଷ୍ଟ କରି ପୁଣି ଚର୍ଚ୍ଚାରେ ଆସିଥିଲେ । ସେ ସୁଶାନ୍ତଙ୍କ ଅଭିନୀତ ଫିଲ୍ମ କେଦାରନାଥ ରିଲିଜକୁ ଦୁଇ ବର୍ଷ ପୂରଣ ହେବା ଅବସରରେ ସେୟାର କରିଥିଲେ ସ୍ପେଶାଲ ପୋଷ୍ଟ । ଏହାସହ ସେ ସୁଶାନ୍ତଙ୍କ ପାଇଁ ନିଜ ବିଚାର ମଧ୍ୟ ରଖିଛନ୍ତି ।
କଥାଟି ହେଲା ଯେ ସୋମବାର ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ‘କେଦାରନାଥ’ ରିଲିଜକୁ ଦୁଇ ବର୍ଷ ପୂରଣ ହୋଇଥିଲା । ଯେଉଁଥିରେ ସୁଶାନ୍ତଙ୍କ ସହ ନଜର ଆସିବେ ସାରା ଅଲ୍ଲୀ ଖାନ । ତେବେ ଏହି ଅବସରରେ ଅଭିଷେକ ସୁଶାନ୍ତଙ୍କ ଦୁଇଟି ଫଟୋ ପୋଷ୍ଟ କରି ଲେଖିଥିଲେ, ଦୁଣ୍ଡା ଦୋନୋ ଲୋକ ମୈଁ ବିଶ୍ବମୃତ ପେ ଥା ଛିଡା, ଅମିୃତ ସଭି ମୈଁ ବାଣ୍ଟ କେ, ପିୟାଲା ବିଷ କା ତୁନେ ଖୁଦ୍ ପିୟା । ନୋମୋ ନୋମୋ ଶଙ୍କରା ଭୋଲେନାଥ ଶଙ୍କରା ।