ଓଡିଶା

odisha

ETV Bharat / sitara

ରିଆଙ୍କ ଜାମିନରେ ଅସନ୍ତୋଷ ଶେଖର - ସୁଶାନ୍ତ ସିଂ ରାଜପୁତଙ୍କ ମାମନା

ପୁଣି ଟ୍ବିଟ କରି ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ କହିଲେ ଶେଖର ସୁମନ । ରିଆଙ୍କୁ ଜାମିନ ଓ ଏମ୍ସ ରିପୋର୍ଟକୁ ନେଇ ଖୁସି ନାହାଁନ୍ତି ସେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶେଖର ସୁମନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶେଖର ସୁମନ

By

Published : Oct 7, 2020, 4:08 PM IST

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଏମ୍ସ ରିପୋର୍ଟ ଉପରେ ମୋହର ମାରିଛି ସିବିଆଇ । ବର୍ତ୍ତମାନ ସୁଶାନ୍ତଙ୍କର ହତ୍ୟା ହୋଇନାହିଁ ବରଂ ସେ ଆତ୍ମହତ୍ୟା କରିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ସେପଟେ ତାଙ୍କ କେସ ସହ ସମ୍ପୃକ୍ତ ଥିବା ଡ୍ରଗ୍ସ ମାମଲାରେ ଏନସିବି ଦ୍ବାରା ଗିରଫ ହୋଇଥିବା ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ବୁଧବାର ଜାମିନ ମିଳିଯାଇଛି । ତାଙ୍କ ଜାମିନ ମଞ୍ଜୁରୀ କରିଛନ୍ତି ବମ୍ବେ ହାଇକୋର୍ଟ । ହେଲେ ଏହାକୁ ନେଇ ଅନେକ ଲୋକେ ବର୍ତ୍ତମାନ ଅସନ୍ତୋଷ ଅଛନ୍ତି । ଏହି କ୍ରମରେ ସର୍ବପ୍ରଥମ ନାମ ଅଭିନେତା ଶେଖର ସୁମନଙ୍କର ସାମିଲ ଅଛି । ସେ ସୁଶାନ୍ତଙ୍କ ମୃତ୍ୟୁ ପରଠୁ ନ୍ୟାୟ ଦାବି କରିଆସୁଛନ୍ତି ।

ଆଉ ଏବେ ସେ ରିଆଙ୍କୁ ଜାମିନ ମିଳିବାପରେ ଏକ ଟ୍ବିଟ କରି ମନ କଥା ବଖାଣିଛନ୍ତି । ହେଲେ ସେ ଟ୍ବିଟରେ ରିଆଙ୍କ ନାମ ନେଇନାହାଁନ୍ତି । କିନ୍ତୁ ରିଆଙ୍କୁ ଜାମିନ ମିଳିବା ଏବଂ ଏମ୍ସ ରିପୋର୍ଟ ଉପରେ ଖପ୍ପା ନଜର ଆସୁଛନ୍ତି ।

ସେହିପରି ସେ ଟ୍ବିଟରେ ଲେଖିଛନ୍ତି, ‘ସୁଶାନ୍ତଙ୍କ ମାମଲା ଶାନ୍ତ ନପଡିବା ପାଇଁ ଆମକୁ ଅଶାନ୍ତ ରହିବାକୁ ହେବ । ହେଲେ ବର୍ତ୍ତମାନ ରାସ୍ତା ବହୁତ ଜଟିଳ ଏବଂ କଷ୍ଟଭରା ହୋଇସାରିଛି । ଦେଶର ଅନ୍ୟ ପ୍ରସଙ୍ଗ ସାମ୍ନାକୁ ଆସିବାରୁ ଏହି ମାମଲା ପଛକୁ ଯିବାରେ ଲାଗିଛି । ଏବେ କଣ ଆଉ କେଉଁ ପର୍ଯ୍ୟନ୍ତ । ଏହା ବଡ ପ୍ରଶ୍ନବାଚୀ ।’

ABOUT THE AUTHOR

...view details