ମୁମ୍ବାଇ: ଫେମସ ଅଭିନେତା ସୁଶାନ୍ତ ସିଂ ରାଜପୁକଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ କ୍ରମାଗତ ଭାବେ ତଦନ୍ତ ଚଳାଇ ଆସୁଛି । ହେଲେ ମଙ୍ଗଳବାର ସୁଶାନ୍ତଙ୍କ ପିତା କେକେ ସିଂଙ୍କ ଦ୍ବାରା ପାଟନାରେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ, ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାମରେ ଏଫଆଇଆର ରୁଜୁ କରାଯାଇଛି। ସେ ରିଆଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା, ତାଙ୍କଠୁ ଟଙ୍କା ଲୁଟିବା ଭଳି ଅଭିଯୋଗ ଲଗାଇଛନ୍ତି । ଏହି ଅଭିଯୋଗ ପରେ ବିହାର ପୋଲିସ ମୁମ୍ବାଇ ପୋଲିସ ଟିମ ସହ ମିଶି ଆଗାମୀ ତଦନ୍ତ ଆରମ୍ଭ କରିବ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ରିଆ ନିଜ ଆଗୁଆ ଜାମିନ ବେଲ୍ ପାଇଁ ଯାଚିକା ଦାୟର କରିବେ ।
ରିଆଙ୍କ ନାଁରେ ଏଫଆଇଆର, ଆଗୁଆ ଜାମିନ ପାଇଁ କରିବେ ଆବେଦନ - ସମସ୍ୟା ଘେରରେ ବର୍ତ୍ତମାନ ରିଆ ଚକ୍ରବର୍ତ୍ତୀ
ସମସ୍ୟା ଘେରରେ ବର୍ତ୍ତମାନ ରିଆ ଚକ୍ରବର୍ତ୍ତୀ । ତାଙ୍କ ଉପରେ ଅଭିଯୋଗ ଆଣିଲେ ସୁଶାନ୍ତଙ୍କ ପରିବାର । ରୁଜୁ ହେଲା ଏଫଆଇଆର।
ପ୍ରକାଶ ଥାଉକି ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ମାମଲାରେ ଏଯାବତ 40ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି । ରିଆଙ୍କ ବୟାନ ମଧ୍ୟ ରେକର୍ଡ ସରିଛି । ପାଖାପାଖି 9 ଘଣ୍ଟା ଧରି ରିଆ ବାନ୍ଦ୍ରା ପୋଲିସ ଷ୍ଟେସନରେ ନିଜ ବୟାନ ଦେଇଥିଲେ ।
ହେଲେ ସୁଶାନ୍ତଙ୍କ ପରିବାର ରିଆଙ୍କ ଉପରେ ସନ୍ଦେହ କରି ଏବେ ଏଫଆଇଆର ରୁଜୁ କରିଛନ୍ତି । ତାଙ୍କ ପିତାଙ୍କ ଅନୁଯାୟୀ 2019 ପର୍ଯ୍ୟନ୍ତ ସୁଶାନ୍ତ ଡିପ୍ରେସନର ଶିକାର ହୋଇନଥିଲେ । ଯେବେଠୁ ରିଆ ତାଙ୍କ ଜୀବନରେ ଆସିଲେ ସେ ସେହି ସମୟରୁ ପୁରା ଚୁପ୍ ହୋଇଯାଇଥିଲେ । ରିଆ ତାଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିଲେ । ଆଉ ଟଙ୍କା ମଧ୍ୟ ଲୁଟି ଥିଲେ ।