ଓଡିଶା

odisha

ETV Bharat / sitara

ଆମେରିକାରୁ ହଟିଲା ‘ଜଷ୍ଟିସ ଫର୍ ସୁଶାନ୍ତ’ ବିଲବୋର୍ଡ, ଅସନ୍ତୋଷ ପ୍ରକାଶ କଲେ ଭଉଣୀ ଶ୍ବେତା - ସ୍ବିର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ସୁଶାନ୍ତଙ୍କ ପାଇଁ ହଲିଉଡରେ କିଛି ବିଲବୋର୍ଡ ଲଗାଯାଇ ମଧ୍ୟ ନ୍ୟାୟ ଦାବି କରାଯାଇଥିଲା । ହେଲେ ଏବେ ସେହି ବିଲବୋର୍ଡ ହଟାଇ ଦେଇଛି ଆମେରିକା କମ୍ପାନୀ । ଯାହା ଉପରେ ଟ୍ବିଟ କରି ଚର୍ଚ୍ଚାରେ ଶ୍ବେତା ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Sep 3, 2020, 9:13 PM IST

ମୁମ୍ବାଇ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ସୋସିଆଲ ମିଡିଆରେ ତାଙ୍କ ପାଇଁ ଫ୍ୟାନ୍ସ ନ୍ୟାୟ ଦାବି କରିଆସୁଛନ୍ତି । ବର୍ତ୍ତମାନ ତାଙ୍କ କେସରେ ସିବିଆଇଠୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ କଡାକଡି ଯାଞ୍ଚ କରୁଛି । ସେହିପରି ତାଙ୍କ ନ୍ୟାୟ ଦାବି କେବଳ ସୋସିଆଲ ମିଡିଆ କିମ୍ବା ଦେଶରେ ହେଉନାହିଁ ବରଂ ବିଦେଶରେ ମଧ୍ୟ ଦୀର୍ଘ ସମୟରୁ ତାଙ୍କ ନ୍ୟାୟ ଦାବି କରିଆସୁଛନ୍ତି ପ୍ରଶଂସକ । ହେଲେ ଇତିମଧ୍ୟରେ ସାମ୍ନାକୁ ଆସିଛି ନୂଆ ଖବର । ଶୁଣିବାକୁ ମିଳୁଛି ଯେ ଆମେରିକାରେ ଲାଗିଥିବା ତାଙ୍କ ବିଲବୋର୍ଡକୁ ଏବେ କାଢି ଦିଆଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ତାଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ।

ଏହାସହ ଶ୍ବେତା ଅଭିଯୋଗ କରିଛନ୍ତି ଯେ ସୁଶାନ୍ତଙ୍କ ବିରୋଧରେ ଅଭିଯାନ ଚଳାଉଥିବା ପିଆର ଟିମ ଏପରି କାର୍ଯ୍ୟ କରିଛି । ସେ ଟ୍ବିଟ କରି ଲେଖିଛନ୍ତି, ‘ଲାଗୁଛି ପେଡ ପିଆର ସବୁ ସ୍ଥାନରେ ପହଞ୍ଚିସାରିଛନ୍ତି । ହଲିଉଡ ବିଲବୋର୍ଡ କମ୍ପାନୀ ଏବେ ଜଣାଇଛି ଯେ ଏବେ ସୁଶାନ୍ତଙ୍କ ବିଲବୋର୍ଡ ରଖିବେ ନାହିଁ । ଯାହାଦ୍ବାରା ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରାଯାଉଥିଲା ।’

ପ୍ରକାଶ ଥାଉକି ଭାଇ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସୋସିଆଲ ମିଡିଆରେ ବଡ ଅଭିଯାନ ଆରମ୍ଭ କରିଛନ୍ତି ଶ୍ବେତା । ସେ ସବୁ ଶନିବାର ସୋସିଆଲ ମିଡିଆରେ ଗ୍ଲୋବାଲ ପ୍ରେୟାର ମିଟର ଆୟୋଜନ କରୁଛନ୍ତି । ଯେଉଁଥିରେ ଲକ୍ଷ ଲକ୍ଷ ଫ୍ୟାନ୍ସ ସାମିଲ ହୋଇ ସୁଶାନ୍ତଙ୍କ ପାଇଁ ପ୍ରାର୍ଥନା କରୁଥିବାର ନଜର ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details