ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସରୁ ଅଧିକ ଦିନ ବିତିସାରିଲାଣି । ହେଲେ ଏବେ ମଧ୍ୟ ତାଙ୍କ ଆତ୍ମହତ୍ୟା ରହସ୍ୟ ଘେରରେ । ତାଙ୍କ ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଡାକଡି ଯାଞ୍ଚ କରିଆସୁଛନ୍ତି । ଇତିମଧ୍ୟରେ ତାଙ୍କ ବଡ ଉଭଣୀ ମିତୁ ସିଂ ପୁଣିଥରେ ସୁଶାନ୍ତଙ୍କୁ ନେଇ ଭାବବିହ୍ବଳ ପୋଷ୍ଟ କରିଛନ୍ତି । ଯାହା ସମସ୍ତଙ୍କୁ ଦୁଃଖି କରିଦେବ ।
ସୁଶାନ୍ତଙ୍କୁ ମନେ ପକାଇ ପୁଣି ଇମୋସନାଲ ହେଲେ ଭଉଣୀ ମିତୁ - ଭାଇରାଲ ହେଲା ମିତୁ ସିଂଙ୍କ ନୂଆ ଟ୍ବିଟ
ଭାଇରାଲ ହେଲା ମିତୁ ସିଂଙ୍କ ନୂଆ ଟ୍ବିଟ । ସୁଶାନ୍ତଙ୍କ ସହ ନିଜର ଏକ ପୁରୁଣା ଫଟୋ ସେୟାର କରି ଲେଖିଲେ ଭାବୁକ ପୋଷ୍ଟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ଯାନକ୍ଲବ
ଶୁକ୍ରବାର ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ତୁମକୁ ବହୁତ ମିସ୍ କରୁଛି ଭାଇ । ତୁମେ ସବୁବେଳେ ମୋ ହୃଦୟରେ ରହିବ । ଏକୁଟିଆପଣକୁ ପ୍ରକାଶ କରିବା ପାଇଁ କୌଣସି ଶବ୍ଦ ନାହିଁ ।’
ପ୍ରକାଶ ଥାଉକି ମିତୁଙ୍କ ବ୍ୟତୀତ ଭଉଣୀ ଶ୍ବେତା ମଧ୍ୟ ଶୁକ୍ରବାର ଗୋଟିଏ ପରେ ଗୋଟିଏ ଟ୍ବିଟ କରି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଗିରଫ ଦାବି କରିଛନ୍ତି । ନିକଟରେ ରିଆ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ପରିବାର ସହ ସୁଶାନ୍ତଙ୍କର ଭଲ ପଡୁନଥିଲା । ଏହି କଥାରେ କ୍ରୋଧିତ ହୋଇ ଶ୍ବେତା ପୁଣି ରିଆଙ୍କୁ କଡା ଜବାବ ଦେଇଛନ୍ତି ।