ଓଡିଶା

odisha

ETV Bharat / sitara

5 ବର୍ଷ ପୂର୍ବେ ପରିବାରବାଦକୁ ଅନୁଭବ କରିଥିଲେ ସୁଶାନ୍ତ ! - ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ

2015ରେ ବଲିଉଡରେ ଚାଲିଥିବା ପରିବାରବାଦ ବିଷୟରେ ଜାଣିପାରିଥିଲେ ସୁଶାନ୍ତ । ଏହାର ଖୁଲାସା କରି ପୁଣି ଚର୍ଚ୍ଚାରେ କଙ୍ଗନାା।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jul 26, 2020, 6:10 AM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏକ ମାସରୁ ଅଧିକ ସମୟ ବିତିଗଲାଣି । ହେଲେ ଏଯାବତ ତାଙ୍କ ମୃତ୍ୟୁକୁ କେହି ବିଶ୍ବାସ କରିପାରୁନାହିଁନ୍ତି । ସେପଟେ ମୁମ୍ବାଇ ପୋଲିସ କ୍ରମାଗତ ଭାବେ ତାଙ୍କ ମାମଲାରେ ତଦନ୍ତ ଚଳାଇଆସୁଛି । ତାଙ୍କ ସହ ସମ୍ପୃକ୍ତ ଥିବା 40 ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି ପୋଲିସ । ହେଲେ କଙ୍ଗନା ରଣାୱତ ତାଙ୍କ ମୃତ୍ୟୁରେ କ୍ରୋଧିତ ହୋଇ ବଲିଉଡ ଉପରେ ପରିବାରବାଦ ଭଳି ଅଭିଯୋଗ ଆଣିଛନ୍ତି । ଇତିମଧ୍ୟରେ ସେ ନିଜ ଦାବିକୁ ସତ ସାବ୍ୟସ୍ତ କରିବା ପାଇଁ ଟିମ ଦ୍ବାରା ଏକ ପୋଷ୍ଟ କରିଛନ୍ତି ।

ଯେଉଁଥିରେ 2015ରେ ହୋଇଥିବା ଏକ ପୋଷ୍ଟକୁ ଖୋଜି ବାହାର କରିଛନ୍ତି ତାଙ୍କ ସୋସିଆଲ ମିଡିଆ ଟିମ। ସେହି ପୋଷ୍ଟରେ ସୁଶାନ୍ତ ପରିବାରବାଦ ଉପରେ ନିଜ ପ୍ରତିକ୍ରିୟା ରଖିଥିଲେ।

କଙ୍ଗନାଙ୍କ ସୋସିଆଲ ମିଡିଆ ଟିମ ସୁଶାନ୍ତଙ୍କ ସେହି ଫେସବୁକ ପୋଷ୍ଟର ସ୍କ୍ରିନସଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେହି ପୋଷ୍ଟରେ ସୁଶାନ୍ତ ଲେଖିଥିଲେ, ‘ଆମେ ଏଠାରେ ପରିବାରକୁ ଅଧିକ ମାନ୍ୟତା ଦେଉଛୁ । ଯେପରି ଆମ ପରିବାରର ସଦସ୍ୟଙ୍କୁ ।’ ଖାଲି ଏତିକି ନୁହେଁ ଏହି ପୋଷ୍ଟରେ ସୁଶାନ୍ତ ହ୍ୟାଶଟ୍ୟାଗ ପରିବାରବାଦ ଓ ବଲିଉଡ ଲେଖିଥିଲେ ।

ସେପଟେ କଙ୍ଗନାଙ୍କ ଟିମ ଏହାକୁ ସେୟାର କରି ଲେଖିଛନ୍ତି, ‘ଜଣେ ଦକ୍ଷ ଅଭିନେତା ସେ ବଲିଉଡରେ ପରିବାରବାଦ ଦେଖି ଏହା ବିରୋଧରେ ଲଢିବା ପରିବର୍ତ୍ତେ ଏହାକୁ ଏନଜୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ସେ ଛାଡି ଚାଲିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ।’

ABOUT THE AUTHOR

...view details