ମୁମ୍ବାଇ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ସିନେମାହଲରେ ରିଲିଜ କରିବା ପାଇଁ ତାଙ୍କ ମୃତ୍ୟୁ ପରଠୁ ସମସ୍ତେ ଦାବି କରୁଥିଲେ । ହେଲେ ଦେଶରେ କୋରୋନା ସଙ୍କଟ ପାଇଁ ଫିଲ୍ମକୁ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ଜୁଲାଇ 24 ତାରିଖରେ ରିଲିଜ କରିଥିଲେ ମେକର୍ସ । ଏହି ଫିଲ୍ମକୁ ସିନେମାହଲରେ ଦେଖିବା ସ୍ବପ୍ନ ତ ଦେଶର ଫ୍ୟାନ୍ସଙ୍କ ପୂରଣ ହୋଇପାରିଲା ନାହିଁ । ହେଲେ ବିଦେଶରେ ଏହି ସ୍ବପ୍ନ ପୂରଣ ହୋଇଥିବାର ଦେଖିବାକୁ ମିଳୁଛି ।
ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ, ନ୍ୟୁଜଲ୍ୟାଣ୍ଡ ସିନେମାହଲରେ ‘ଦିଲ ବେଚାରା’ - ନ୍ୟୁଜଲ୍ୟାଣ୍ଡର ସିନେମାହଲରେ ରିଲିଜ ହୋଇଯାଇଛି ‘ଦିଲ ବେଚାରା’
ସୁଶାନ୍ତଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ନ୍ୟୁଜଲ୍ୟାଣ୍ଡର ସିନେମାହଲରେ ରିଲିଜ ହୋଇଯାଇଛି ତାଙ୍କ ଶେଷ ଫିଲ୍ମ । ମୌନ ବ୍ରତ ପାଳନ କରି ଶ୍ରଦ୍ଧାଞ୍ଜଳୀ ଦେଲେ ଦର୍ଶକ ।
![ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ, ନ୍ୟୁଜଲ୍ୟାଣ୍ଡ ସିନେମାହଲରେ ‘ଦିଲ ବେଚାରା’ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ](https://etvbharatimages.akamaized.net/etvbharat/prod-images/768-512-8419362-355-8419362-1597408428114.jpg)
ତେବେ ନ୍ୟୁଜଲ୍ୟାଣ୍ଡ ସିନେମାହଲରେ ‘ଦିଲ ବେଚାରା’ ରିଲିଜ କରାଯାଇଛି । ନ୍ୟୁଜଲ୍ୟାଣ୍ଡ ସେହି କିଛି ଦେଶ ମଧ୍ୟରେ ସାମିଲ ଯାହା କୋରୋନା ଭାଇରସରୁ ପୁରା ରୂପେ ମୁକ୍ତ ହୋଇସାରିଛି । ଯାହାପାଇଁ ସେଠାକାର ସିନେମାହଲ ଖୋଲି ଦିଆଯାଇଛି ।
ପ୍ରକାଶ ଥାଉକି ‘ଦିଲ ବେଚାରା’ ଫିଲ୍ମର ପ୍ରିମିୟର ଅକଲ୍ୟାଣ୍ଡର ଏକ ସିନେମାହଲରେ ରଖାଯାଇଥିଲା । ସବୁଠୁ ମୁଖ୍ୟ କଥା ହେଲା ଯେ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ସୁଶାନ୍ତଙ୍କ ପାଇଁ ଏକ ମିନିଟର ମୌନ ବ୍ରତ ପାଳନ କରି ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ଦର୍ଶକ । ଯାହାପରେ ଫିଲ୍ମର ସ୍କ୍ରିନିଂ ହୋଇଥିଲା । ଏହି ଖବର ସୂଚନା ସୋସିଆଲ ମିଡିଆରେ ଦିଆଯାଇଛି । ଏକ ଫ୍ୟାନକ୍ଲବ ପେଜରେ ସେହି ସିନେମାହଲର ଭିଡିଓ ସେୟାର କରାଯାଇଛି।