ଓଡିଶା

odisha

ETV Bharat / sitara

ଇନ୍ଦୋର ପୋଲିସକୁ ସୁରକ୍ଷା ମାଗିଲେ ସୁଶାନ୍ତଙ୍କ ବନ୍ଧୁ ସ୍ମିତା - ଇନ୍ଦୋର ପୋଲିସ ସୁରକ୍ଷା ଲୋଡିଲେ ସୁଶାନ୍ତଙ୍କ ବନ୍ଧୁ ସ୍ମିତା ସିଂ

ବର୍ତ୍ତମାନ ଚର୍ଚ୍ଚାରେ ସୁଶାନ୍ତଙ୍କ ବନ୍ଧୁ ସ୍ମିତା । ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହେବା କଥା କହି ସେ ସୁରକ୍ଷା ଲୋଡିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Oct 6, 2020, 5:08 PM IST

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟ ସହ ସମ୍ପୃକ୍ତ ଥିବା ଡ୍ରଗ୍ସ ମାମଲାରେ ଏନସିବି ଦ୍ବାରା ଗିରଫ ହୋଇଥିବା ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଆଉ କିଛି ଦିନରେ ଜେଲରେ ରହିବେ । କାରଣ ଏନଡିପିଏସ୍ କୋର୍ଟ ରିଆ, ସୌଭିକଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର 20 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଇତିମଧ୍ୟରେ ସୁଶାନ୍ତଙ୍କ ଜଣେ ବନ୍ଧୁ ସ୍ମିତା ସିଂ ଇନ୍ଦୋର ପୋଲିସରେ ସୁରକ୍ଷା ମାଗିଛନ୍ତି ।

ସେ ଇନ୍ଦୋରର ଡିଆଇଜି ହରିନାରାୟଣଚାରି ମିଶ୍ରଙ୍କଠାରୁ ସୁରକ୍ଷା ଲୋଡିଛନ୍ତି। ସ୍ମିତା ବର୍ତ୍ତମାନ ଇନ୍ଦୋରର ସୋମାନି ନାଗର (ଏରୋଡ୍ରୋମ) ଅଞ୍ଚଳରେ ମୁମ୍ବାଇର ଜଣେ ସମ୍ପର୍କୀୟଙ୍କ ସହ ରହିବାକୁ ଆସିଛନ୍ତି। ସେ ରିଆଙ୍କ ଘନିଷ୍ଠ ଡେବିଲିନାଙ୍କ ଉପରେ ତାଙ୍କ ଆଇଡି ହ୍ୟାକ୍ କରିଥିବା ଅଭିଯୋଗ କରିଛନ୍ତି।

ଶନିବାର ଦିନ ସ୍ମିତା ପରିବାର ସଦସ୍ୟଙ୍କ ସହ ଡିଆଇଜି ମିଶ୍ରଙ୍କ ପାଖକୁ ଯାଇଥିଲେ। ସୁରକ୍ଷା ଦାବିରେ ସେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ସ୍ମିତା ଦାବି କରିଛନ୍ତି ଯେ ତାଙ୍କ ଆଇଡି ହ୍ୟାକ୍ ହେଉଛି ଏବଂ ତାଙ୍କ ମେସେଜ ସେୟାର କରାଯାଉଛି।

ପ୍ରକାଶ ଥାଉକି 2017ରେ ସୁଶାନ୍ତ ଓ ସ୍ମିତା ପରସ୍ପରର ଭଲ ବନ୍ଧୁ ଥିଲେ । ସେ ସୁଶାନ୍ତଙ୍କ ଭଉଣୀ ଓ ଭିଣୋଇଙ୍କୁ ମଧ୍ୟ ଭଲ ରୂପେ ଜାଣିଛନ୍ତି । ସେ ସୁଶାନ୍ତଙ୍କ ଆତ୍ମହତ୍ୟାରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିସାରିଛନ୍ତି । ସେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସୋସିଆଲ ମିଡିଆରେ ଅଭିଯାନ ଜାରି ରଖିଛନ୍ତି ।

For All Latest Updates

ABOUT THE AUTHOR

...view details