ଓଡିଶା

odisha

ETV Bharat / sitara

ସୁଶାନ୍ତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଲେ ସେଲିବ୍ରିଟି - ଅଙ୍କିତା ଲୋଖଣ୍ଡେଙ୍କ ନ୍ୟୁଜ

ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ନେଇ ପୁଣି ଭାବ ବିହ୍ବଳ ସମସ୍ତେ । ଆଜି ଅଭିନେତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଶ୍ରଦ୍ଧାଞ୍ଜଳି ଦେଲେ ଅଙ୍କିତା ଓ ପୁଲକିତ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jun 14, 2021, 12:14 PM IST

ମୁମ୍ବାଇ: ଆଜି ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଗତ ବର୍ଷ ଜନ 14ରେ ନିଜ ମୁମ୍ବାଇ ନିବାସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ଅଭିନେତା । ଆଜି ତାଙ୍କ ମୃତ୍ୟୁକୁ ବର୍ଷ ବିତିଯାଇଛି । ସେପଟେ ଏହି ଭାବୁକ ଦିନରେ ତାଙ୍କୁ ଟିଭି ଇଣ୍ଡଷ୍ଟ୍ରିରୁ ନେଇ ବଲିଉଡରେ ମନେ ପକାଇ ଭାବବିହ୍ବଳ ହୋଇପଡିଛନ୍ତି ସମସ୍ତେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ

ପ୍ରଥମେ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଘରେ ପୂଜା ଅର୍ଚ୍ଚନା କରୁଥିବାର ନଜର ଆସିଛନ୍ତି । ଯାହାର ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହାପୂର୍ବରୁ ମଧ୍ୟ ଅଙ୍କିତା ଅନେକ ଥର ସୁଶାନ୍ତଙ୍କ ସହ ସମ୍ପୃକ୍ତ ଅନେକ ଜିନିଷ ସୋସିଆଲ ମିଡିଆରେ ସେୟାର କରି ଇମୋସନାଲ ହୋଇସାରିଛନ୍ତି ।

ସେପଟେ ଅଭିନେତା ପୁଲକିତ ସମ୍ରାଟ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଏକ ବର୍ଷ ବିତିଗଲାଣି ତୁମେ ଦୁନିଆ ଛାଡି ଯିବାର । ମୋର ମନେ ଅଛି ଏକ ପୁରସ୍କାର ଉତ୍ସବରେ ମୁଁ ତୁମକୁ ଭେଟିଥିଲି । ଆମେ ପରସ୍ପରକୁ ହାତ ହଲାଇଥିଲେ । ଭାବନାକୁ ଜାଗ୍ରତ କରିବା ପାଇଁ ସ୍ମୃତିର ଏକ ମଜାଳିଆ ଉପାୟ ଥାଏ । ମୋର ମନେ ଅଛି ଯେତେବେଳେ ମୁଁ ଖବର ଶୁଣିଲି ଯେ ତୁମେ ଆଉ ନାହଁ, ଏହା ବ୍ୟକ୍ତିଗତ କ୍ଷତି ପରି ଲାଗିଲା ଏବଂ ସେହି ସଂକ୍ଷିପ୍ତ ବାର୍ତ୍ତାଳାପର ସ୍ମୃତି ପୁନର୍ବାର ମୋ ମନେ ପଡିଗଲା । ଦୁନିଆ ତୁମକୁ ହରାଇଲା, କିନ୍ତୁ ତୁମେ ତଥାପି ଏକ ପ୍ରେରଣା ଭାବରେ ବିଦ୍ୟମାନ, ଯେଉଁମାନେ ବଡ଼ ସ୍ବପ୍ନ ଦେଖିବା ପାଇଁ ସାହସ କରନ୍ତି । ଆପଣ ପ୍ରତ୍ୟେକ ଛୋଟ ସହରର ଯୁବକଙ୍କର ଆଶା ଏବଂ ଆକାଂକ୍ଷାରେ ଉପସ୍ଥିତ ଅଛ। ଯିଏ ଦିନେ ଏହାକୁ ବଡ କରିବାର ସ୍ବପ୍ନ ଦେଖନ୍ତି । ତୁମେ ସମସ୍ତଙ୍କ ପାଇଁ ବିଦ୍ୟମାନ, ଯେଉଁମାନେ ବିଶ୍ବାସ କରିବାକୁ ଚାହାଁନ୍ତି ଯେ ମଣିଷ ଦୟା କରିବାକୁ ସକ୍ଷମ ।’

ଅଭିନେତ୍ରୀ ଭୂମି ପେଡନେକର ଭାବୁକ ହେଉ ଲେଖିଛନ୍ତି, ମୁଁ ତୁମକୁ ମନେ ପକାଉଛି। ତୁମର ପ୍ରଶ୍ନ ଏବଂ ଆମେ ଯାହା ବିଷୟରେ ଆଲୋଚନା କରିଥିଲୁ । ତାରାଗୁଡ଼ିକ ଠାରୁ ଅଜ୍ଞାତ ପର୍ଯ୍ୟନ୍ତ, ତୁମେ ମୋତେ ଏକ ଦୁନିଆ ଦେଖାଇଲ ଯାହା ମୁଁ ପୂର୍ବରୁ ଦେଖି ନଥିଲି | ମୁଁ ଆଶା କରେ ତୁମେ ଶାନ୍ତିରେ ଅଛ । ମୋର କୌତୁକିଆ ପ୍ରିୟ ଏସଏସଆର ଓମ୍ ଶାନ୍ତି |’

ସେପଟେ ନିର୍ଦ୍ଦେଶକ ଅଭିଷେକ କପୁର ଲେଖିଛନ୍ତି, ‘ଆଜି ଗୋଟିଏ ବର୍ଷ ବିତିଯାଇଛି । ଏବେ ବି ଅଧୁରା ଲାଗୁଛି ସବୁ କିଛି ।’ ପ୍ରକାଶ ଥାଉକି ସୁଶାନ୍ତ ଓ ଅଭିଷେକ କାଇ ପୋ ଚେ ଏବଂ କେଦାରନାଥରେ ଏକାଠି କାମ କରିଥିଲେ ।

ABOUT THE AUTHOR

...view details