ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକ ଛୋଟ ପରଦାର ଫେମସ କମେଡି ଶୋ ‘ଦ କପିଲ ଶର୍ମା’ ବ୍ୟାନ କରିବାକୁ ଦାବି କରୁଥିବାର ନଜର ଆସୁଛନ୍ତି । ଏହାର କାରଣ ହେଲା ଯେ ଶୋର ନିର୍ମାତାଙ୍କ ମଧ୍ୟରେ ସୁପରଷ୍ଟାର ସଲମାନ ଖାନ ମଧ୍ୟ ସାମିଲ ଅଛନ୍ତି । ଯାହାକୁ ନେଇ କ୍ରୋଧିତ ନଜର ଆସୁଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସ । ଫେସବୁକରେ ସୋମବାର ଜଣେ ୟୁଜର ଜଷ୍ଟିସ ଫର ସୁଶାନ୍ତ ରାଜପୁତ ହ୍ୟାଶଟ୍ୟାଗ ଏସଏସଆର ନାମକ ଏକ ଗ୍ରୁପରରେ ଲେଖିଥିଲେ, ‘ପ୍ରିୟ ସଦସ୍ୟ ଦ କପିଲ ଶର୍ମା ଶୋ ପୁରା ରୂପେ ବହିଷ୍କାର କର।’
ସେହିପରି ଗ୍ରୁପର ଅନ୍ୟ ସଦସ୍ୟ ଏହାକୁ ସେୟାର କରି ଲେଖିଛନ୍ତି, ‘ପ୍ରିୟ ଏସଏସଆର ପରିବାର, ଦୟା କରି ଧ୍ୟାନ ରଖନ୍ତୁ ଯେ ସଲମାନ ଖାନ ଦ କପିଲ ଶର୍ମା ଶୋର ସହ-ନିର୍ମାତା । ଆମେ କେବଳ ତାଙ୍କ ଫିଲ୍ମ ମାଧ୍ୟମରେ ନୁହେଁ ବରଂ ସବୁ ସ୍ଥାନରୁ ତାଙ୍କୁ ବହିଷ୍କାର କରିବା । ଏବେଠୁ ଦ କପିଲ ଶର୍ମା ଶୋ ପୁରା ରୂପେ ବହିଷ୍କାର । ’