ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସାମ୍ନାକୁ ଆସିଥିବା ଏମ୍ସ ରିପୋର୍ଟରେ ମୋହର ମାରିସାରିଛି ସିବିଆଇ । ଯେଉଁଥିରେ ତାଙ୍କ ଆତ୍ମହତ୍ୟାକୁ ନେଇ ସ୍ପଷ୍ଟ କରାଯାଇଛି । ହେଲେ ଏମ୍ସ ରିପୋର୍ଟରେ ସୁଶାନ୍ତଙ୍କ ପରିବାର ଏବଂ ପ୍ରଶଂସକ ପ୍ରଶ୍ନ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ତାଙ୍କୁ ନ୍ୟାୟ ଦେବା ପାଇଁ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ପ୍ରଶଂସକଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ‘ମନ କି ବାତ୍' ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।
‘ମନ କି ବାତ୍’ରେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି - ମନ କି ବାତ୍ ଜରିଆରେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି
ଭାଇ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଦୀର୍ଘ ସମୟରୁ ଲାଗିଛନ୍ତି ଭଉଣୀ ଶ୍ବେତା । ଏବେ ମୋଦିଙ୍କ ‘ମନ କି ବାତ୍’ରେ ନ୍ୟାୟ ମାଗିବେ ସେ ।
ସେ ଟ୍ବିଟ କରି ଲେଖିଛନ୍ତି, ‘ନ୍ୟାୟ ଓ ସତ ପାଇଁ ହ୍ୟାଶଟ୍ୟାଗ ମନ କି ବାତ୍ ଫର୍ ସୁଶାନ୍ତ ସିଂ ରାଜପୁତ । ସ୍ବର ଉତ୍ତୋଳନ କରିବା ପାଇଁ ଏହା ଏକ ଭଲ ସୁଯୋଗ | ଏହା ମାଧ୍ୟମରେ ଆମେ ଏକଜୁଟ ହୋଇ ଦେଖାଇପାରିବା ଯେ ଜନସାଧାରଣ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି | ମୁଁ ମଧ୍ୟ ମୋ ପରିବାରକୁ ଧନ୍ୟବାଦ ଦେବାକୁ ଚାହେଁ ଯେଉଁମାନେ ସର୍ବଦା ଏକାଠି ଛିଡା ହୋଇଛନ୍ତି ।’
ପ୍ରକାଶ ଥାଉକି ମନ କି ବାତ୍ ଜରିଆରେ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଲାଗିଥିବା ଲୋକେ ନିଜ କଥା ରେକର୍ଡ କରି ମୋଦିଙ୍କୁ ମେସେଜ ଅନଲାଇନ ପ୍ଲାଟଫର୍ମରେ ପଠାଇବେ । ଫେସବୁକ୍, ଟ୍ବିଟର ଓ ଇନଷ୍ଟାଗ୍ରାମ ପୋଷ୍ଟରେ ପିଏମଓ ଏବଂ ପିଏମଙ୍କ ଅନ୍ୟ ଅଧିକାରୀକ ଆକାଉଣ୍ଟଙ୍କୁ ଏହି ମେସେଜ ଟ୍ୟାଗ ମଧ୍ୟ କରାଯିବ ।