ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ବୁଧବାର ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଶୁଣାଇଛନ୍ତି । 66 ଦିନ ପରେ ସ୍ପଷ୍ଟ ହୋଇଛି ଯେ ତାଙ୍କ କେସରେ ଯାଞ୍ଚ ଏବେ ସିବିଆଇ କରିବ । ସୁପ୍ରିମକୋର୍ଟ ଏହି କେସରେ ସିବିଆଇ ଯାଞ୍ଚ ପାଇଁ ଅନୁମତି ଦେଇଛନ୍ତି । ଏହି ନିଷ୍ପତ୍ତି ପରେ ସୁଶାନ୍ତଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ସହ ପରିବାର ଲୋକଙ୍କୁ ଆଶ୍ବସ୍ତି ମିଳିଛି ।
ଏହି ନିଷ୍ପତ୍ତି ଉପରେ ସୁଶାନ୍ତଙ୍କ ପରିବାର ଲୋକ ସୋସିଆଲ ମିଡିଆରେ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କିଏ କଣ କଣ ଏହି ନିଷ୍ପତ୍ତିରେ କହିଛନ୍ତି...
ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ଟ୍ବିଟ କରି ଲେଖିଛନ୍ତି, ‘ପରିଶେଷରେ ସୁଶାନ୍ତଙ୍କ କେସରେ ସିବିଆଇ ଯାଞ୍ଚର ଅନୁମତି ମିଳିଲା । #CBITakesOver ଧନ୍ୟବାଦ ଭଦବାନ । ତୁମେ ଆମ ପ୍ରାର୍ଥନାର ଜବାବ ଦେଇଛ । ହେଲେ ଏହା କେବଳ ଆରମ୍ଭ । ସତ ପାଇଁ ପ୍ରଥମ ପାଦ । ସିବିଆଇ ଉପରେ ପୁରା ବିଶ୍ବାସ ଅଛି । #Victoryoffaith #GlobalPrayersForSSR #Wearefamily #CBITakesOver.’
ସେପଟେ ସୁଶାନ୍ତଙ୍କ ଭଣୋଇ ବିଶାଲ କିର୍ତ୍ତି ଲେଖିଛନ୍ତି, ‘ସିବିଆଇ ଯାଞ୍ଚର ପରିଣାମ ଯାହା ବି ହେଉ, ହେଲେ ଆମକୁ ଏକ ସ୍ବଚ୍ଛ ଓ ନିରପେକ୍ଷ ଯାଞ୍ଚ ମିଳିବ । ଆଗାମୀ କୋଟି କୋଟି ଅଭିନେତା ଓ ଭାରତୀୟଙ୍କ ସ୍ବପ୍ନକୁ ବଞ୍ଚାଇ ରଖିଥିବାରୁ ଭାରତ ନ୍ୟାପାଳିକାଙ୍କୁ ମୋର ଶୁଭକାମନା । ଦୀର୍ଘ ସମୟରୁ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରିଆସୁଥିବା ଯୋଦ୍ଧାଙ୍କୁ ମୋ ଧନ୍ୟବାଦ ।’
ସୁଶାନ୍ତଙ୍କ ଆଉ ଜଣେ ଭଉଣୀ ମିତୁ ସିଂ ଟ୍ବିଟ କରିଛନ୍ତି, ‘ପରିଶେଷରେ ସୁଶାନ୍ତଙ୍କ କେସର ଯାଞ୍ଚ ସିବିଆଇ କରିବ । ଫ୍ୟାନ୍ସଙ୍କୁ ଅନେକ ଅନେକ ଧନ୍ୟବାଦ ।’ ଅନ୍ୟପଟେ ସୁଶାନ୍ତଙ୍କ କଜନ ନୀରଜ ସିଂ ବବଲୁ ଲେଖିଛନ୍ତି, ‘ଆମ ପରିବାର ଓ ଦେଶର କୋଟି କୋଟି ଲୋକଙ୍କ ପାଇଁ ନିଷ୍ପତ୍ତି ସାମ୍ନାକୁ ଆସିଯାଇଛି । ସତର ବିଜୟ ହେଲା । ଆମେ ସମସ୍ତଙ୍କର ଋଣି । ଏବେ ଆମେ ଆଶା କରିପାରିବୁ ଏହି ମାମଲାରେ ନ୍ୟାୟ ମିଳିବାକୁ ନେଇ।’