ଓଡିଶା

odisha

ETV Bharat / sitara

ସୁଶାନ୍ତଙ୍କ ମାମଲାରେ ଓକିଲ ବିକାଶଙ୍କ ବଡ ଖୁଲାସା

ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ପରିବାର ଉପରେ ଚାପ ପକାଉଛି ବୋଲି ଅଭିଯୋଗ ଆଣିଲେ ରାଜପୁତ ପରିବାରର ଓକିଲ ବିକାଶ ସିଂ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Jul 29, 2020, 3:15 PM IST

ମୁମ୍ବାଇ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦେଢ ମାସରୁ ଅଧିକ ଦିନ ବିତିଗଲାଣି । ହେଲେ ଏହା ସତ୍ତ୍ବେ ମୁମ୍ବାଇ ପୋଲିସ ହାତରେ କୌଣସି ସଠିକ୍ ଜିନିଷ ଲାଗିନାହିଁ । ଏମିତି ପରିସ୍ଥିତିରେ ରବିବାର ସୁଶାନ୍ତଙ୍କ ପିତା କେକେ ସିଂ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାମରେ ବିହାରର ରାଜୀବନଗର ଥାନାରେ ଏଫଆଇଆର ରୁଜୁ କରିଛନ୍ତି । ଯେଉଁଥିରେ ଅନେକ ବିଷୟକୁ ନେଇ ଖୁଲାସା କରାଯାଇଛି । ଆଉ ତାଙ୍କ ପିତା ରିଆଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି ।

ଇତିମଧ୍ୟରେ ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂ ମୁମ୍ବାଇ ପୋଲିସକୁ ଟାର୍ଗେଟ କରି ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। କଥାଟି ହେଲା ଯେ ନିକଟରେ ଏକ ଚ୍ୟାନେଲ ସହ କଥାବାର୍ତ୍ତା କରି ବିକାଶ ମୁମ୍ବାଇ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ ।

ତାଙ୍କ ଅନୁଯାୟୀ ଗତ ରବିବାର ଏଫଆଇଆର ରୁଜୁ ହେବା ପରେ ମଧ୍ୟ ଏଯାବତ ରିଆଙ୍କ ବିରୋଧରେ କୌଣସି ଆକ୍ସନ ନିଆଯାଇନାହିଁ । ମୁମ୍ବାଇ ପୋଲିସ ଏହି କେସର ଯାଞ୍ଚ ପୁରା ଧିରେ ଧିରେ କରୁଛି । ପୋଲିସର ତଦନ୍ତ ଶୈଳୀ ମଧ୍ୟ ଠିକ୍ ନାହିଁ ।

ସେହିପରି ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ପରିବାର ଉପରେ ଚାପ ପକାଉଛି । ଆଉ ମୁମ୍ବାଇ ପ୍ରଡକ୍ସନ ହାଉସର ନାମ ନେବାକୁ ମଧ୍ୟ କହୁଛି । ଖାଲି ଏତିକି ନୁହେଁ ବଡ ବଡ ଫିଲ୍ମ ନିର୍ମାତାଙ୍କ ନାମ ନେବାକୁ ଚାପ ପାଉଛି ପୋଲିସ। ହେଲେ ଦୋଷୀ ରିଆ ଓ ତାଙ୍କ ପରିବାରଠୁ ପୋଲିସ ଏଯାବତ ଦୂରେଇ ଅଛି । ଲାଗୁଥିଲା ଏଫଆଇଆର ରୁଜୁ ହେବା ପରେ ରିଆଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯିବ । କିନ୍ତୁ ଏମିତି ହୋଇନାହିଁ । ଏବେ ବି ସୁଶାନ୍ତଙ୍କ ପରିବାର ଆଶା କରୁଛନ୍ତି ଯେ ମୁମ୍ବାଇ ପୋଲିସ ରିଆଙ୍କୁ ଗିରଫ କରିବେ ବୋଲି କହିଥିଲେ ବିକାଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details